ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନ ୩୨ ନମ୍ବର ବାଘ ଖୁଆଡରେ ଥିବା ଜଳାଶୟ ମଧ୍ୟରେ ଏକ କୁମ୍ଭୀର ଦେଖା ଯାଇଥିବା ସୂଚନା ମିଳିଛି। କିଛି ପର୍ଯ୍ୟଟକ ଦେଖିବା କଥା ପ୍ରଘଟ ହେବାରୁ ସତ୍ୟାସତ୍ୟ ଜାଣିବା ପାଇଁ କର୍ତ୍ତୃପକ୍ଷ ଜନ୍ତୁ ରକ୍ଷକ ଓ ବନରକ୍ଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୦୧୯ ମସିହା ଜାନୁଆରୀ ୯ ତାରିଖରେ ଧଳା ମହାବଳ ବାଘ ସମ୍ରାଟ ରହୁଥିବା ୩୩(କ) ଖୁଆଡରେ ଏକ ୩ ଫୁଟର କୁମ୍ଭୀର ଧରା ହୋଇଥିଲା। ଗତ ୨୦୨୨ ମସିହା ମଈ ମାସରେ କାଞିଆ ହ୍ରଦକୁ ସଂଲଗ୍ନ କରିଥିବା ଜଳହସ୍ତୀ ଖୁଆଡରେ କୁମ୍ଭୀର ଦେଖାଦେଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଯାହାକୁ ନେଇ ନନ୍ଦନକାନନ କର୍ତ୍ତୁପକ୍ଷ କୁମ୍ଭୀର ଧରି ସ୍ଥାନାନ୍ତର କରିବା ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରିଛନ୍ତି। ହେଲେ ଏଯାବତ୍ କୁମ୍ଭୀର ଧରା ଯାଇପାରି ନାହିଁ। ଏବେ ପୁଣି ବାଘ ଖୁଆଡରେ କୁମ୍ଭୀର ଦେଖା ଦେବା ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଆଜି ସକାଳେ ଖୁଆଡ ଜଳାଶ୍ରୟରେ ଏକ କୁମ୍ଭୀର ଦେଖା ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/ypaLuLtflTcVuAFGeX7y.jpeg)