ଲକ୍ଷ୍ମୀପ୍ରସାଦ: ବୌଦ୍ଧଜିଲ୍ଲା ସାଲୁଙ୍କୀ ନଦୀରେ ଏକ କୁମ୍ଭୀର ବୁଲୁଥିବା ଖମାରୀପଡl ଅଂଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସାଲୁଙ୍କୀ ନଦୀର ଖମାରୀପଡ଼ା ଘାଟ ନିକଟରେ ଗୁରୁବାର ଏକ କୁମ୍ଭୀର ପାଣିରେ ବୁଲୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ସେବେଠାରୁ ଲୋକେ ନଦୀକୁ ଯିବା ପାଇଁ ଭୟ କରୁଛନ୍ତି। କୁମ୍ଭୀରଟି ମହାନଦୀରୁ ଚାଲିଆସିଥିବା ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି। ଏନେଇ ସ୍ଥାନୀୟ ଲୋକେ ବଘିଆପଡ଼ା ବନ କର୍ମଚାରୀଙ୍କୁ ଖବର ଦେଇଥିଲେ।
ସାଲୁଙ୍କୀ ନଦୀର ଖମାରୀପଡ଼ା ଘାଟ ନିକଟରେ ଗୁରୁବାର ଏକ କୁମ୍ଭୀର ପାଣିରେ ବୁଲୁଥିବା ଲୋକମାନେ ଦେଖିବାକୁ ପାଇଥିଲେ।ବୌଦ୍ଧ ରେଞ୍ଜର ବଘିଆପଡ଼ା ସେକସନର ବନ କର୍ମଚାରୀ କୁମ୍ଭୀର ବୁଲୁଥିବା ସ୍ଥାନକୁ ଯାଇଥିଲେ। ସେଠାରେ ବନବିଭାଗ ପକ୍ଷରୁ କୁମ୍ଭୀରକୁ ଧରିବାକୁ ଚେଷ୍ଟା କରାଯାଉଛି। ବନବିଭାଗ ପକ୍ଷରୁ ମିଳିଥିବା, ସୂଚନାନୁସାରେ ଦେଖାଯାଇଥିବା ମଗରଟି ହିଂସ୍ର ପ୍ରଜାତିର, ତେଣୁ ଲୋକଙ୍କୁ ପାଣିକୁ ନଯିବା ପାଇଁ ବାରଣ କରାଯାଇଛି l କୁମ୍ଭୀରର ଲମ୍ବ ୫ ରୁ ୬ ଫୁଟ ହୋଇଥିବା ଲୋକେ କହୁଥିବା ଜଣାପଡିଛି l
ଖବର ପାଇ ବୌଦ୍ଧ ରେଞ୍ଜର ବଘିଆପଡ଼ା ସେକସନର ବନ କର୍ମଚାରୀ କୁମ୍ଭୀର ବୁଲୁଥିବା ସ୍ଥାନକୁ ଯାଇଥିଲେ। ସେଠାରେ ବନବିଭାଗ ପକ୍ଷରୁ କୁମ୍ଭୀରକୁ ଧରିବାକୁ ଚେଷ୍ଟା କରାଯାଉଛି। ବନବିଭାଗ ପକ୍ଷରୁ ମିଳିଥିବା, ସୂଚନାନୁସାରେ ଦେଖାଯାଇଥିବା ମଗରଟି ହିଂସ୍ର ପ୍ରଜାତିର, ତେଣୁ ଲୋକଙ୍କୁ ପାଣିକୁ ନଯିବା ପାଇଁ ବାରଣ କରାଯାଇଛି l କୁମ୍ଭୀରର ଲମ୍ବ ୫ ରୁ ୬ ଫୁଟ ହୋଇଥିବା ଲୋକେ କହୁଥିବା ଜଣାପଡିଛି l