ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍ ଅଧିନସ୍ଥ ଜରେଇକେଲା ସୀମାନ୍ତରେ ବହୁ ସଂଖ୍ୟାରେ ସିଆର୍ପିଏଫ୍ ଏବଂ ଜିଲ୍ଲା ପୁଲିସ ସରଣ୍ଡା ଜଙ୍ଗଲକୁ ପଶିଛି। ସିଆର୍ପିଏଫ୍ ଜବାନମାନେ ଅଲଗା ଅଲଗା ରାସ୍ତାଦେଇ ଜଙ୍ଗଲକୁ ବିଭିନ୍ନ ଦିଗରେ ଘେରି ଥିବା ସୂଚନା ମିଳିଛି। କିଛି ସିଆର୍ପିଏଫ୍ ଯବାନ ଚାଲିଚାଲି ଡଗ୍ ସ୍କ୍ବାଡ୍ ଏବଂ ବମ୍ ସ୍କ୍ବାଡ୍ ସହିତ ଜଙ୍ଗଲକୁ ପଶି ଥିବାବେଳେ ଅନ୍ୟ କିଛି ସିଆର୍ପିଏଫ୍ ବାଇକ ଯୋଗେ ଜଙ୍ଗଲ ଭିତରକୁ ଯାଇଛନ୍ତି। ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଗଡ଼ ଭାବେ ଜଣା ଯାଉଥିବା ମାରଙ୍ଗ ପୋଙ୍ଗା ଗାଁକୁ ସିଆର୍ପିଏଫ୍ ଏବଂ ପୁଲିସ ଯବାନମାନେ ମୁଖ୍ୟତଃ ଘେରିରହିଛନ୍ତି। ସୁରକ୍ଷା ବାହିନୀ ଅଲଗା ଅଲଗା ସମୂହରେ ବିଭକ୍ତ ହେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।
ଜଙ୍ଗଲରେ ସିଆର୍ପିଏଫ୍ ଯବାନ ମାନଙ୍କ ସହିତ ଏନ୍ଆଇଏ ବିଭାଗର ରାଞ୍ଚି, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଆସିଥିବା ବହୁ ଅଧିକାରୀ ମଧ୍ୟ ରହିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ସରଣ୍ଡା ଜଙ୍ଗଲରେ ବର୍ତ୍ତମାନ ପ୍ରାୟ ୬୬ ଜଣ ଏମିତି ମାଓବାଦୀ ଆତ୍ମଗୋପନ କରି ରହିଛି ଯେଉଁ ମାନଙ୍କ ଉପରେ ସରକାରଙ୍କ ତରଫରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ମିଶିର ବେସରା, ଅସୀମ ମୁଣ୍ଡଳ, ଅନୀଲ ଦା, ପ୍ରୟାଗ ମାଝୀ ଉପରେ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ରହିଛି। ଠିକ୍ ସେହିପରି କରମଚାନ୍ଦ ହାଁସଦା, ଲାଲଚନ୍ଦ ହେମ୍ବ୍ରମ ଓରଫ ସମର ଜି, ରଘୁନାଥ ହେମ୍ବ୍ରମ ଓରଫ ନିର୍ଭୟ ଜି, ଅଜୟ ମାହାତୋ, ବ୍ରିଜେଶ ଗଞ୍ଜୁ, ସହଦେବ ସୋରେନଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ରହିଛି। ଏହାଛଡ଼ା ଆହୁରି ଅନେକ ମାଓବାଦୀଙ୍କ ଉପରେ ଆର୍ଥିକ ପୁରସ୍କାର ଘୋଷଣା ରହିଛି। ମାତ୍ର ଏହି ନୂଆ ଅଭିଯାନରେ ନକ୍ସଲ ସଂଗଠନକୁ ସମ୍ପୂର୍ଣ୍ଣ ଦମନ କରିବାରେ ପୁଲିସ କେତେ ଦୂର ସଫଳ ହେଇ ପାରିବ ତାହା ଦେଖିବାକୁ ବାକି ରହିଲା।
ସୂତ୍ରରୁ ଜଣା ପଡ଼ିଛି ଯେ ଜଙ୍ଗଲରେ ସିଆର୍ପିଏଫ୍ ଯବାନ ମାନଙ୍କ ସହିତ ଏନ୍ଆଇଏ ବିଭାଗର ରାଞ୍ଚି, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଆସିଥିବା ବହୁ ଅଧିକାରୀ ମଧ୍ୟ ରହିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ସରଣ୍ଡା ଜଙ୍ଗଲରେ ବର୍ତ୍ତମାନ ପ୍ରାୟ ୬୬ ଜଣ ଏମିତି ମାଓବାଦୀ ଆତ୍ମଗୋପନ କରି ରହିଛି ଯେଉଁ ମାନଙ୍କ ଉପରେ ସରକାରଙ୍କ ତରଫରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ମିଶିର ବେସରା, ଅସୀମ ମୁଣ୍ଡଳ, ଅନୀଲ ଦା, ପ୍ରୟାଗ ମାଝୀ ଉପରେ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ରହିଛି। ଠିକ୍ ସେହିପରି କରମଚାନ୍ଦ ହାଁସଦା, ଲାଲଚନ୍ଦ ହେମ୍ବ୍ରମ ଓରଫ ସମର ଜି, ରଘୁନାଥ ହେମ୍ବ୍ରମ ଓରଫ ନିର୍ଭୟ ଜି, ଅଜୟ ମାହାତୋ, ବ୍ରିଜେଶ ଗଞ୍ଜୁ, ସହଦେବ ସୋରେନଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ରହିଛି। ଏହାଛଡ଼ା ଆହୁରି ଅନେକ ମାଓବାଦୀଙ୍କ ଉପରେ ଆର୍ଥିକ ପୁରସ୍କାର ଘୋଷଣା ରହିଛି। ମାତ୍ର ଏହି ନୂଆ ଅଭିଯାନରେ ନକ୍ସଲ ସଂଗଠନକୁ ସମ୍ପୂର୍ଣ୍ଣ ଦମନ କରିବାରେ ପୁଲିସ କେତେ ଦୂର ସଫଳ ହେଇ ପାରିବ ତାହା ଦେଖିବାକୁ ବାକି ରହିଲା।
ଉଲ୍ଲେଖଯୋଗ୍ୟ ଯେ ଗତ ଦଶ ଦିନ ତଳେ ଝାଡ଼ଖଣ୍ଡ ଚାଇବାସା ଠାରେ ଥିବା ପୁଲିସ ମୁଖ୍ୟାଳୟରେ ଝାଡ଼ଖଣ୍ଡ ପୁଲିସ ଡିଜି ଏବଂ ସିଆର୍ପିଏଫ୍ ଡିଜିଙ୍କ ଉପସ୍ଥିତିରେ ନିର୍ଣ୍ଣୟ ନିଆ ଯାଇଥିଲା ଯେ ଖୁବଶୀଘ୍ର ପୁଲିସ ପକ୍ଷରୁ ସରଣ୍ଡା ଏବଂ ପୋଡ଼ାହାଟ ଜଙ୍ଗଲରେ ଲୁଚି ରହିଥିବା ସିପିଆଇ ମାଓବାଦୀଙ୍କ ଉପରେ ପ୍ରହାର ହେବ। ଏକ ବଡ଼ ଅଭିଯାନ ଚଳାଇ ସରଣ୍ଡା ଏବଂ ପୋଡ଼ାହାଟ ଜଙ୍ଗଲକୁ ନକ୍ସଲ ମୁକ୍ତ କରାଯିବ। ଏହି ନିର୍ଣ୍ଣୟ ନେବାର ମାତ୍ର ଦଶ ଦିନ ପରେ ବହୁ ସଂଖ୍ୟକ ପୁଲିସ ଏବଂ ସିଆର୍ପିଏଫ୍ ଜଙ୍ଗଲ ଭିତରେ ପଶିବା ନେଇ ମାଓବାଦୀଙ୍କ ବିରୋଧରେ ଏକ ବଡ଼ ଅଭିଯାନ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/05/P9esVxOIxgJANwd0SYIF.jpg)