ବିଶ୍ରା: ଗୁରୁବାର ସରଣ୍ଡା ଜଙ୍ଗଲରେ ବଜ୍ରପାତର ଶିକାର ହୋଇଥିବା ୪ ଜଣ ସିଆର୍ପିଏଫ୍ ଯବାନଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ମୃତ ଅଧିକାରୀଙ୍କ ନାମ ଏମ୍ପି ସିଂହ। ସେ ସିଆର୍ପିଏଫ୍ ୨୬ ବାଟାଲିୟନରେ ଦ୍ୱିତୀୟ କମାଣ୍ଡାଣ୍ଟ ଅଧିକାରୀ ଭାବରେ ନିଯୁକ୍ତ ଥିଲେ। ନକ୍ସଲ ବିରୋଧୀ ଅଭିଯାନରେ ଥିବାବେଳେ ସେ ସହିଦ ହେଇଛନ୍ତି। ମଣିପୁର ପରେଲର ମୂଳବାସିନ୍ଦା ଏମ୍ପି ସିଂହ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁ ଖବର ନେଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ଚାଇଁବସା ଏସ୍ପି ଆଶୁତୋଷ ଶେଖର ଘଟଣା ସଂପର୍କରେ ସୂଚନା ଦେବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସରଣ୍ଡା ଜଙ୍ଗଲରେ ବଜ୍ରପାତର ଶିକାର ହୋଇଥିବା ୪ ଜଣ ସିଆର୍ପିଏଫ୍ ଯବାନଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ମୃତ ଅଧିକାରୀଙ୍କ ନାମ ଏମ୍ପି ସିଂହ। ସେ ସିଆର୍ପିଏଫ୍ ୨୬ ବାଟାଲିୟନରେ ଦ୍ୱିତୀୟ କମାଣ୍ଡାଣ୍ଟ ଅଧିକାରୀ ଭାବରେ ନିଯୁକ୍ତ ଥିଲେ। ନକ୍ସଲ ବିରୋଧୀ ଅଭିଯାନରେ ଥିବାବେଳେ ସେ ସହିଦ ହେଇଛନ୍ତି। ମଣିପୁର ପରେଲର ମୂଳବାସିନ୍ଦା ଏମ୍ପି ସିଂହ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁ ଖବର ନେଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ଚାଇଁବସା ଏସ୍ପି ଆଶୁତୋଷ ଶେଖର ଘଟଣା ସଂପର୍କରେ ସୂଚନା ଦେବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବଜ୍ରପାତରେ ଏମ୍ପି ସିଂହଙ୍କ ବ୍ୟତୀତ ସିଆର୍ପିଏଫ୍ର ସହାୟକ କମାଣ୍ଡାଣ୍ଟ ସୁବୀର ମଣ୍ଡଳ, ଜାଗୁଆର ୟୁନିଟ୍ର ଏଏସ୍ଆଇ ସୁରେଶ ଭଗତ ଓ ଏଏସ୍ଆଇ ଚାନ୍ଦଲାଲ ହାଁସଦା ଗୁରୁତର ହୋଇଥିଲେ। ସମସ୍ତ ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ମାଧ୍ୟମରେ ରାଞ୍ଚି ପଠାଯାଇଥିଲା। ସେଠାରେ ଅନ୍ୟ ୩ ଜଣଙ୍କ ଚିକିତ୍ସା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/25/Lz5J2xS7XK9rK9azkUGu.png)