ବିଶ୍ରା: ବିଶ୍ରା ବ୍ଲକ୍ ଅଧୀନସ୍ଥ ଜରେଇକେଲା ସୀମାନ୍ତ ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା ସିପିଆଇ ମାଓବାଦୀ ବିରୋଧରେ ସୁରକ୍ଷା ବାହିନୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଗୋଟିଏ ପଟେ ମିଳିତ ସୁରକ୍ଷା ବାହିନୀ ମାଓବାଦୀଙ୍କ ସହ ମୁକାବିଲା କରୁଥିବାବେଳେ ଅନ୍ୟପଟେ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିଲେ। ମଙ୍ଗଳବାର ସକାଳେ ଝାଡ଼ଖଣ୍ଡ ଜରେଇକେଲା ଥାନା ଅଞ୍ଚଳର ଭାଙ୍ଗରାମ ନିକଟରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ଏକ ଘଣ୍ଟା ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।
ଏହି ସମୟରେ ମାଓବାଦୀଙ୍କ ଦ୍ଵାରା ପୂର୍ବରୁ ଲଗାଯାଇଥିବା ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସିଆର୍ପିଏଫ୍ ୧୩୪ ବାଟାଲିୟନର ସବ୍ ଇନ୍ସ୍ପେକ୍ଟର ସୁବୋଧ କୁମାର ଆହତ ହୋଇଛନ୍ତି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭାରତୀୟ ସେନାର ହେଲିକପ୍ଟର ଯୋଗେ ରାଞ୍ଚିର ଏକ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠି ତାଙ୍କ ଚିକିତ୍ସା ଚାଲିଛି।
ବିଶ୍ରା ବ୍ଲକ୍ ଅଧୀନସ୍ଥ ଜରେଇକେଲା ସୀମାନ୍ତ ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା ସିପିଆଇ ମାଓବାଦୀ ବିରୋଧରେ ସୁରକ୍ଷା ବାହିନୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଗୋଟିଏ ପଟେ ମିଳିତ ସୁରକ୍ଷା ବାହିନୀ ମାଓବାଦୀଙ୍କ ସହ ମୁକାବିଲା କରୁଥିବାବେଳେ ଅନ୍ୟପଟେ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିଲେ। ମଙ୍ଗଳବାର ସକାଳେ ଝାଡ଼ଖଣ୍ଡ ଜରେଇକେଲା ଥାନା ଅଞ୍ଚଳର ଭାଙ୍ଗରାମ ନିକଟରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରାୟ ଏକ ଘଣ୍ଟା ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।
ଅପରପକ୍ଷେ ସରଣ୍ଡା ଜଙ୍ଗଲର ଗୋଏଲକେରା ଥାନା ଅନ୍ତର୍ଗତ ହାତୀବୁରୁ ଏବଂ ଲୋଆବେଡ଼ାଠାରେ ଏକ ନକ୍ସଲ ଶିବିରକୁ ଧ୍ବସ୍ତ କରିବା ସହିତ ମାଓବାଦୀଙ୍କ ଦ୍ଵାରା ଲୁଚେଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପୁଲିସ ବାହିନୀ ଜବତ କରିଥିଲେ। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ୪ କିଲୋଗ୍ରାମ ବିଶିଷ୍ଟ ଦୁଇଟି ଲ୍ୟାଣ୍ଡମାଇନ, ୨୦ ମିଟର ବିଜୁଳି ତାର, ବିଜୁଳି ସ୍ୱିଚ୍ ୫୦ଟି, ସିରିଞ୍ଜ ୪୦ଟି ସମେତ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/19/J3w6tgwqtayvelnDa120.jpg)