କୋଇଡ଼ା: ମାଓବାଦୀଙ୍କ ଗଡ଼ କୁହାଯାଉଥିବା ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାସଂଲଗ୍ନ ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ୧୦ ହଜାର ବର୍ଗମିଟର ଅଞ୍ଚଳରେ ସିଆର୍ପିଏଫ୍ ୧୯ ବାଟାଲିୟନର ସ୍ଥାୟୀ କ୍ୟାମ୍ପ ନିର୍ମାଣ କରାଯାଉଛି। ଗୁରୁବାର ସେଠାରେ ଅନୁଷ୍ଠିତ ଜନସମ୍ପର୍କ ଶିବିରରେ ଯୋଗଦେଇ ‘କ୍ୟାମ୍ପ ଖୋଲିବା ଦ୍ୱାରା ନିଶ୍ଚିତଭାବରେ ପୁଲିସ୍ ଗତିବିଧି ଓ ଅପରେସନ ଜୋରହେବା ସହ ମାଓଦମନ ପାଇଁ ସୁବିଧାହେବ। ଅଞ୍ଚଳରେ ଶାନ୍ତି ଫେରିବା ସହ ବିକାଶର ନୂଆଫର୍ଦ୍ଦ ଯୋଡ଼ିହେବ’ ବୋଲି ପଶ୍ଚିମାଞ୍ଚଳ ଡିଆଜି ବ୍ରିଜେଶ ରାୟ ପ୍ରକାଶ କରିଥିଲେ। ‘ଭୟରେ ବଞ୍ଚୁଥିବା ଅଞ୍ଚଳବାସୀଙ୍କ ପାଇଁ ଏ କ୍ୟାମ୍ପ ହେବା ଦ୍ବାରା ଶାନ୍ତି ଫେରିବ ଓ ବିକାଶଧାରା ଆହୁରି ତ୍ବରାନ୍ବିତ ହେବ’ବୋଲି ସରପଞ୍ଚ ସରିତା ଓରାମ କହିଥିଲେ।
ଏହି ଅବସରରେ ଟୋପାଡିହିରେ ଜାତୀୟପତାକା ଉତ୍ତୋଳନ ହେବା ସହ ‘ଭାରତମାତା କି ଜୟ’ ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ରାଉରକେଲା ଆରକ୍ଷୀ ଅଧୀକ୍ଷକ ନୀତେଶ ୱାଧୱାନୀ, ସିଆର୍ପିଏଫ୍ କମାଣ୍ଡାଣ୍ଟ ମହେଶ ବିଶ୍ୱକର୍ମା, ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ଉପଖଣ୍ଡ ପୁଲିସ୍ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ, ସୋୟୋମ୍ବା ସରପଞ୍ଚ ସରିତା ଓରାମ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କୁ ବସ୍ତ୍ର, ଖେଳସାମଗ୍ରୀ ଓ ଛାତ୍ରଛାତ୍ରୀଙ୍କୁ ପାଠ୍ୟୋପକରଣ ବଣ୍ଟନ କରାଯାଇଥିଲା।
ଜାତୀୟପତାକା ଉତ୍ତୋଳନ ହେବା ସହ ‘ଭାରତମାତା କି ଜୟ’ ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ରାଉରକେଲା ଆରକ୍ଷୀ ଅଧୀକ୍ଷକ ନୀତେଶ ୱାଧୱାନୀ, ସିଆର୍ପିଏଫ୍ କମାଣ୍ଡାଣ୍ଟ ମହେଶ ବିଶ୍ୱକର୍ମା, ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ଉପଖଣ୍ଡ ପୁଲିସ୍ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ, ସୋୟୋମ୍ବା ସରପଞ୍ଚ ସରିତା ଓରାମ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କୁ ବସ୍ତ୍ର, ଖେଳସାମଗ୍ରୀ ଓ ଛାତ୍ରଛାତ୍ରୀଙ୍କୁ ପାଠ୍ୟୋପକରଣ ବଣ୍ଟନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରେ ଗତିବିଧି ତୀବ୍ରହେବା ପରେ ସ୍ଥାନୀୟ ବାଙ୍କୋ ପଥରଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ହୋଇଥିଲା। ମାଓବାଦୀ ଅନେକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସୁରକ୍ଷାବାହିନୀଙ୍କୁ କ୍ଷତି ପହଞ୍ଚାଇବା ସମେତ ଗ୍ରାମବାସୀଙ୍କୁ ଭୟଦେଖାଇ ସଂଗଠନରେ ସାମିଲ୍ କରୁଥିଲେ। ରାଜ୍ୟ ଡିଜିପି ୱାଇ ବି ଖୁରାନିଆଙ୍କ ସମେତ ଏଡିଜି ସଞ୍ଜୀବ ପଣ୍ଡା, ଡିଆଇଜି ବ୍ରିଜେଶ ରାୟ, ସିଆର୍ପିଏଫ୍ ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଏନ୍ଆଇଏ, ଆଇଜି(ଅପରେସନ୍ସ), ଏସ୍ପି ନୀତେଶ ୱାଧୱାନୀ ପ୍ରମୁଖ ଅଞ୍ଚଳକୁ ବାରମ୍ବାର ପରିଦର୍ଶନ କରିଥିଲେ।