ପାଟଣାଗଡ଼,: ପାଟଣାଗଡ଼ ପୁଲିସ ରବିବାର ବିଳମ୍ବିତ ରାତିରେ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ଏକ ଗୋଦାମ ଘରେ ଚଢ଼ାଉ କରି ୧୬ ହଜାର ବୋତଲ କଫ୍ ସିରପ ଜବତ କରିଛି। ଜବତ ହୋଇଥିବା କଫ୍ ସିରପର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏ ନେଇ ସୋମବାର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ୍ପି ମାଡକର ସନ୍ଦିପ ସମ୍ପତ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2019/12/90890-300x151.jpg)
ଅନ୍ୟପକ୍ଷେ ଗୋଦାମ ମାଲିକ ସତ୍ୟନାରାୟଣ ଅଗ୍ରୱାଲ ଓରଫ ଗୁଲୁ ଘଟଣାସ୍ଥଳରୁ ଫେରାର ଥିବା ଏସପି କହିଛନ୍ତି। ଗୁଲୁଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବାରୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଗତ କିଛିଦିନ ତଳେ ବଲାଙ୍ଗୀରଠାରେ ୧୧ ହଜାର ବୋତଲ କଫ୍ ସିରପ ଜବତ ହୋଇଥିବା ବେଳେ ବର୍ତ୍ତମାନ ପାଟଣାଗଡରେ ୧୬ଟି ବୋତଲ ହଜାର କଫ୍ ସିରପ ଜବତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
/sambad/media/post_attachments/wp-content/uploads/2019/12/BlueStacks_ScreenShot-300x169.jpg)
ସୂଚନାନୁଯାୟୀ, କୌଣସି ସୂତ୍ରରୁ ଖବରପାଇ ରାତିରେ ପାଟଣାଗଡ ଏସ୍ଡିପିଓ ସୁରେଶ କୁମାର ନାଏକଙ୍କ ନେତୃତ୍ୱରେ ପାଟଣାଗଡ଼, ଲରମ୍ଭା ପୁଲିସ ଏବଂ ମାଜିଷ୍ଟ୍ରେଟ ଭାବେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଏହି ଚଢ଼ାଉ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/--.jpg)