ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ଆଦର୍ଶ ଆଚରଣ ବିଧି ଲଗାଇଥିବା ସତ୍ତ୍ୱେ ଅନେକ ସମୟରେ ଏହି ଆଚରଣ ବିଧି ଉଲ୍ଲଘଂନ ହେଉଥିବାର ଦେଖିବାକୁ ମିଳିଛି। ନିକଟରେ କାଠଗୋଦାମ ଶତାବ୍ଧୀ ଟ୍ରେନ୍ରେ ଚା’ କପ୍ରେ ‘ମେ ଭି ଚୌକିଦାର’ ସ୍ଲୋଗାନ ଦେଖିବାକୁ ମିଳିଥିଲା। ଏହା ଆଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ଜଣେ ଯାତ୍ରୀ ଅଭିଯୋଗ ଆଣିବା ପରେ ଟ୍ରେନ୍ ଭିତରେ ସେହି କପ୍କୁ ଏବେ ବନ୍ଦ କରି ଦିଆଯାଇଛି।
ଏ ନେଇ ଆଇଆର୍ସିଟିସିର ପରିଚାଳକ ଏମ୍ପି ମଲ୍ କହନ୍ତି, ‘ଏ ନେଇ ଅଭିଯୋଗ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହିତ କପ୍ରେ ଚା ବାଣ୍ଟୁଥିବା ସୁପରଭାଇଜର୍କୁ ନିଲମ୍ବିତ କରାଯିବା ସହ ଟ୍ରେନ୍ରେ ସେହି କପ୍କୁ ବନ୍ଦ କରି ଦିଆଯାଇଛି।
ରେଳ ମନ୍ତ୍ରଳୟ ପକ୍ଷୁ କୁହାଯାଇଛି ଯେ ‘ଏହା ଆଜି ଘଟିଛି। ଘଟିବା ପରେ ତୁରନ୍ତ କପ୍କୁ ବନ୍ଦ କରି ଦିଆଯାଇଛି। ସୁପରଭାଇଜର୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।’ ଏହି ମାମଲା ନିର୍ବାଚନ କମିସନଙ୍କ ପାଖକୁ ମଧ୍ୟ ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/6c266d0c-51fd-11e9-b593-df9071890b8d.jpg)