ଜଗତସିଂହପୁର: ଗୋଟିଏ ପଟେ ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଜଗତସିଂହପୁର ସଦର ମହକୁମାରେ ଏକ ସମ୍ବେଦନଶୀଳ ଘଟଣା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ନିରୋଧ, ଯୌନ ଶୋଷଣ ବିରୋଧୀ, ଶିଶୁ ଅଧିକାରକୁ ନେଇ ଲଢ଼େଇ କରୁଥିବା ସାମାଜିକ ସଂଗଠନ ରୁଚିକା ଚାଇଲ୍ଡ ଲାଇନର ଜଣେ ମହିଳା ସଦସ୍ୟାଙ୍କୁ ଯୌନ ନିର୍ଯାତନା, ଯୌନ ଉତ୍ପୀଡ଼ନ, ଅସଦାଚରଣ, ଦୁର୍ବ୍ୟବହାର ଭଳି ଗତ ୬ ମାସ ହେଲାଣି ଅପରାଧ ଘଟାଇ ଆସୁଥିବା ଶିଶୁ କଲ୍ୟାଣ ସମିତି(ସିଡବ୍ଲୁସି)ର ଜଣେ ସଦସ୍ୟଙ୍କୁ ଗିରଫ କରିଛି ଜଗତସିଂହପୁର ଥାନା ପୁଲିସ। ଏହି ଘଟଣାକୁ ପୁଲିସ ଓ ପ୍ରଶାସନ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। କାରଣ ଯୁବତୀ ପୂର୍ବରୁ ଡିସିପିଓ ଏବଂ ସିଡବ୍ଲୁସି ଅଧ୍ୟକ୍ଷାଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ପୀଡ଼ିତା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ପୁଲିସକୁ ଜଣାଇଛନ୍ତି। ବାଲେଶ୍ବର ଏଫଏମ୍ କଲେଜ ଭଳି ଏଠାରେ ପୀଡ଼ିତାଙ୍କ ଅଭିଯୋଗକୁ କାହିଁକି ଗୁରୁତ୍ବ ଦିଆଯାଇ ନ ଥିଲା ଓ ଡିସିପିଓ ଏବଂ ସିଡବ୍ଲୁସି ଅଧ୍ୟକ୍ଷା କାହିଁକି ପଦକ୍ଷେପ ନେଇ ନ ଥିଲେ ତାକୁ ନେଇ ମଧ୍ୟ ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗିରଫ ଅଭିଯୁକ୍ତ ସିଡବ୍ଲୁସି ସଦସ୍ୟ ହେଲେ ବିବେକାନନ୍ଦ ବଳ। ଅଭିଯୋଗକାରୀ ପୀଡ଼ିତା କଟକର ହୋଇଥିବା ବେଳେ ସେ ରୁଚିକା ଚାଇଲ୍ଡଲାଇନର ଜଗତସିଂହପୁର ସହର ସିପିସ୍ଥିତ କାର୍ଯ୍ୟାଳୟରେ କାମ କରୁଥିଲେ। ସେଠାରେ ମଧ୍ୟ ରହୁଥିଲେ। ରୁଚିକା ଚାଇଲ୍ଡଲାଇନ୍ ଶିଶୁ ଶ୍ରମିକ କିମ୍ବା ବାଲ୍ୟ ବିବାହ ଘଟଣାରେ ଉଦ୍ଧାର କରୁଥିବା ପୀଡ଼ିତ/ପୀଡ଼ିତାଙ୍କୁ ସିଡବ୍ଲୁସିରେ ହାଜର କରିଥାଏ। ସିଡବ୍ଲୁସି ସଦସ୍ୟ ବିବେକାନନ୍ଦ ବଳ ସେହି ସମୟରେ ପୀଡ଼ିତାଙ୍କୁ ଜାଣିଥିଲେ। ସେହିପରି ଡିସିପିଓ କାର୍ଯ୍ୟାଳୟ ମଧ୍ୟ ଏହି ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରିଥାଏ। ଅଭିଯୁକ୍ତ ବିବେକାନନ୍ଦ ଗତ ଫେବ୍ରୁଆରି ମାସରୁ ପୀଡ଼ିତାଙ୍କ ଅଫିସ ସଂଲଗ୍ନ ଘରକୁ ଯାଉଥିଲେ। ସେଠାରେ ତାଙ୍କୁ ଅସଦାଚରଣ କରୁଥିଲେ। ଏପରିକି ଦୁଷ୍କର୍ମ ଉଦ୍ୟମ କରୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଯୌନ ନିର୍ଯାତନା ପାଇଁ ପୀଡ଼ିତାଙ୍କ ଶରୀରକୁ ହାତ ମାରୁଥିବା ସମୟର ଫଟୋ ମଧ୍ୟ ପୀଡ଼ିତା ମୋବାଇଲରେ ଉଠାଇଛନ୍ତି। କିଛି ଭି଼ଡିଓ ମଧ୍ୟ ରହିଛି। ଏହାକୁ ପ୍ରମାଣ ସ୍ବରୂପ ପୁଲିସ ନିକଟରେ ଦାଖଲ କରିଛନ୍ତି। କେବଳ ଅଫିସ ନୁହେଁ ରାସ୍ତାଘାଟରେ ମଧ୍ୟ ଅସଦାଚରଣ ଉଦ୍ୟମ କରିବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଡିସିପିଓ ଏବଂ ସିଡବ୍ଲୁସି ଅଧ୍ୟକ୍ଷାଙ୍କ ନିକଟରେ ଏକାଧିକ ଥର ଅଭିଯୋଗ କରିଛନ୍ତି। କିନ୍ତୁ ସେମାନେ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ଆଜି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଜଣାଇଥିଲେ। ଥାନାର ଦ୍ବାରସ୍ଥ ହେବା ପାଇଁ ଜିଲ୍ଲାପାଳ ଓ ଏସପି ପୀଡ଼ିତାଙ୍କୁ ପରାମର୍ଶ ଦେବା ପରେ ସେ ଏତଲା ଦେଇଥିଲେ। ଖବର ପାଇ ରୁଚିକା ଚାଇଲ୍ଡ ଲାଇନର ଅଧିକାରୀ ଭୁବନେଶ୍ବରରୁ ଆସି ଜଗତସିଂହପୁର ଥାନାରେ ପହଞ୍ଚିଥିଲେ। ଏତଲା ପାଇବା ପରେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଗିରଫ ସିଡବ୍ଲୁସି ସଦସ୍ୟ ବିବେକାନନ୍ଦ ବଳ ବିରୋଧରେ ଖୁବଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ସିଡବ୍ଲୁସି ସଦସ୍ୟ ହେଲେ ବିବେକାନନ୍ଦ ବଳ। ଅଭିଯୋଗକାରୀ ପୀଡ଼ିତା କଟକର ହୋଇଥିବା ବେଳେ ସେ ରୁଚିକା ଚାଇଲ୍ଡଲାଇନର ଜଗତସିଂହପୁର ସହର ସିପିସ୍ଥିତ କାର୍ଯ୍ୟାଳୟରେ କାମ କରୁଥିଲେ। ସେଠାରେ ମଧ୍ୟ ରହୁଥିଲେ। ରୁଚିକା ଚାଇଲ୍ଡଲାଇନ୍ ଶିଶୁ ଶ୍ରମିକ କିମ୍ବା ବାଲ୍ୟ ବିବାହ ଘଟଣାରେ ଉଦ୍ଧାର କରୁଥିବା ପୀଡ଼ିତ/ପୀଡ଼ିତାଙ୍କୁ ସିଡବ୍ଲୁସିରେ ହାଜର କରିଥାଏ। ସିଡବ୍ଲୁସି ସଦସ୍ୟ ବିବେକାନନ୍ଦ ବଳ ସେହି ସମୟରେ ପୀଡ଼ିତାଙ୍କୁ ଜାଣିଥିଲେ। ସେହିପରି ଡିସିପିଓ କାର୍ଯ୍ୟାଳୟ ମଧ୍ୟ ଏହି ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରିଥାଏ। ଅଭିଯୁକ୍ତ ବିବେକାନନ୍ଦ ଗତ ଫେବ୍ରୁଆରି ମାସରୁ ପୀଡ଼ିତାଙ୍କ ଅଫିସ ସଂଲଗ୍ନ ଘରକୁ ଯାଉଥିଲେ। ସେଠାରେ ତାଙ୍କୁ ଅସଦାଚରଣ କରୁଥିଲେ। ଏପରିକି ଦୁଷ୍କର୍ମ ଉଦ୍ୟମ କରୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଯୌନ ନିର୍ଯାତନା ପାଇଁ ପୀଡ଼ିତାଙ୍କ ଶରୀରକୁ ହାତ ମାରୁଥିବା ସମୟର ଫଟୋ ମଧ୍ୟ ପୀଡ଼ିତା ମୋବାଇଲରେ ଉଠାଇଛନ୍ତି। କିଛି ଭି଼ଡିଓ ମଧ୍ୟ ରହିଛି। ଏହାକୁ ପ୍ରମାଣ ସ୍ବରୂପ ପୁଲିସ ନିକଟରେ ଦାଖଲ କରିଛନ୍ତି। କେବଳ ଅଫିସ ନୁହେଁ ରାସ୍ତାଘାଟରେ ମଧ୍ୟ ଅସଦାଚରଣ ଉଦ୍ୟମ କରିବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଡିସିପିଓ ଏବଂ ସିଡବ୍ଲୁସି ଅଧ୍ୟକ୍ଷାଙ୍କ ନିକଟରେ ଏକାଧିକ ଥର ଅଭିଯୋଗ କରିଛନ୍ତି। କିନ୍ତୁ ସେମାନେ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ଆଜି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଜଣାଇଥିଲେ। ଥାନାର ଦ୍ବାରସ୍ଥ ହେବା ପାଇଁ ଜିଲ୍ଲାପାଳ ଓ ଏସପି ପୀଡ଼ିତାଙ୍କୁ ପରାମର୍ଶ ଦେବା ପରେ ସେ ଏତଲା ଦେଇଥିଲେ। ଖବର ପାଇ ରୁଚିକା ଚାଇଲ୍ଡ ଲାଇନର ଅଧିକାରୀ ଭୁବନେଶ୍ବରରୁ ଆସି ଜଗତସିଂହପୁର ଥାନାରେ ପହଞ୍ଚିଥିଲେ। ଏତଲା ପାଇବା ପରେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଗିରଫ ସିଡବ୍ଲୁସି ସଦସ୍ୟ ବିବେକାନନ୍ଦ ବଳ ବିରୋଧରେ ଖୁବଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/02/untitled-2025-08-02-09-55-13.png)