ଭୁବନେଶ୍ବର : ଅକ୍ଟୋବର ମାସଟି ସାଧାରଣତଃ ଓଡ଼ିଶାରେ ବାତ୍ୟା ମାସ ବୋଲି କୁହାଯାଏ । ପୂର୍ବରୁ ମହାବାତ୍ୟା, ଫାଇଲିନ, ହୁଡହୁଡ, ତିତିଲି ଆଦି ବାତ୍ୟା ଏହି ମାସରେ ଆସିଥିଲା । ଏବର୍ଷ ଅକ୍ଟୋବର ମାସରେ ମଧ୍ୟ ବଙ୍ଗୋପସାଗର ଅଶାନ୍ତ ରହିବା ଆଶଙ୍କା କରାଯାଉଛି ।
ଆସନ୍ତା ୯ ତାରିଖ ସୁଦ୍ଧା ମିଆଁମାର ଉପକୂଳ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୦ ତାରିଖ ବେଳକୁ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରବର୍ତ୍ତୀ ୩୬ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ଏହା ଦକ୍ଷିଣ ଓଡ଼ିଶା କିମ୍ବା ଉତ୍ତର ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।
ଏହି ବାତ୍ୟା ଶେଷ ହେଉ ହେଉ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଆସିବାର ସମ୍ଭାବନା ରହିଛି । ଏହି ବାତ୍ୟାଟି ପଶ୍ଚିମ ଫିଲିପାଇନ୍ସ ସାଗରରେ ଦାନା ବାନ୍ଧୁଛି । ଏହା ଥାଇଲାଣ୍ଡ ଓ ମିଆଁମାର ଦେଇ ବଙ୍ଗୋପସାଗରରେ ପ୍ରବେଶ କରିବ । ତେବେ ବଙ୍ଗୋପସାଗରରେ ପ୍ରବେଶ କରିବାବେଳକୁ ଏହା ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଯାଇଥିବ ବୋଲି ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ।
ଗତ ସେପ୍ଟେମ୍ବର ମାସରେ ମଧ୍ୟ ଠିକ ଏପରି ହୋଇଥିଲା । ବାତ୍ୟା ଗୁଲାବ ପଛକୁ ଭିଏତନାମରେ ସୃଷ୍ଟି ହୋଇଥିବା ବାତ୍ୟା ଡିଆମୁ ଏକ ଲଘୁଚାପ ରୂପ ନେଇ ବଙ୍ଗୋପସାଗରରେ ପ୍ରବେଶ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/WhatsApp-Image-2021-10-07-at-22.02.04.jpeg)