ସୋର: ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଗତ ଦୁଇ ବର୍ଷ ତଳେ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ମାତ୍ର ଏଯାବତ ଏହା କେବଳ ଘୋଷଣା ନାମାରେ ସୀମିତ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ସୋର ନିର୍ବାଚନ ମଣ୍ଡଳୀର ବାହାନଗା ବ୍ଲକରେ ୨୨ ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ ସୋର ବ୍ଲକରେ ମାତ୍ର ଚାରୋଟି ଅଛି। ସେଗୁଡିକ ହେଲା ବ୍ଲକର ଅନନ୍ତପୁର, ତେଣ୍ଟେଇ,ଗୁଡ଼ ଓ ପାଖର ପଂଚାୟତରେ । ମାତ୍ର ସୋର ବ୍ଲକରେ ବନ୍ୟା ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ଓ କ୍ଷତି ସହୁଥିବା ପଞ୍ଚାୟତ ଯଥା ସବିରା,ତଳନଗର,ସାଜନପୁର,ମଧୁସୂଦନପୁର ଓ କେଦାରପୁରରେ ଗୋଟିଏ ମାତ୍ର ବାତ୍ୟା ଆଶ୍ରୟସ୍ଥଳୀ ନାହିଁ। ଯେଉଁ କାରଣରୁ ବାତ୍ୟା ସମୟରେ ଏଠାକାର ଲୋକେ ବହୁ ଅସୁବିଧାକୁ ସମ୍ମୁଖୀନ ହୁଅନ୍ତି। ଏବାବଦରେ ବାରମ୍ବାର ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ଗତ ୨୦୨୩ ମସିହାରେ ୪୫୪୦/ଓଏସଡ଼ିଏମଏ ନମ୍ବର ଚିଠିରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଯେଉଁଥିରେ ବହନାଗା ବ୍ଲକରେ ଦୁଇଟି ଓ ସୋର ବ୍ଲକର ତଳନଗର ପଂଚାୟତ ରାହଣିଆ ଗ୍ରାମରେ ଗୋଟିଏ ଏବଂ କେଦାରପୁର ପଂଚାୟତର କେଦାରପୁର ଠାରେ ଗୋଟିଏ ନିର୍ମାଣ କରାଯିବାର ନିର୍ଦେଶ ଥିଲା। ଉକ୍ତ ନିର୍ଦେଶକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ଇଟା ଖଣ୍ଡିଏ ପଡିପାରିନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ତଳନଗର ପଂଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଦାଶଙ୍କ ଅଭିଯୋଗ ମୂଳେ ତାଙ୍କ ପଂଚାୟତର ରହଣିଆ ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ହେବା ପାଇଁ ପ୍ରୋଜେକ୍ଟ ପ୍ରସ୍ତୁତି କରାଯାଇଥିବା ବେଳେ ତଳନଗର ଗ୍ରାମର ପ୍ଲଟ ନମ୍ବର ଲେଖାଯାଇଛି। ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ଉକ୍ତ କାମଟି ହୋଇ ପାରିନାହିଁ। ସେହିପରି ଭାବେ କେଦାରପୁର ପଂଚାୟତର ସରପଞ୍ଚ ସୁପ୍ରିୟ ଜେନା କହିଛନ୍ତି କେବଳ ଦୁଇଟି ହୋମ ପାଇପ ପକାଯାଇ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ବାତ୍ୟା ଆଶ୍ରୟସ୍ଥଳି ନିର୍ମାଣରେ ଇଟା ଖଣ୍ଡେ ମଧ୍ୟ ପଡ଼ି ପାରିନାହିଁ। ଆଗକୁ ବର୍ଷାଋତୁ ଆସୁଥିବା ବେଳେ ଲୋକମାନଙ୍କ ପାଇଁ ଏହାକୁ ତୁରନ୍ତ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି।
ତଳନଗର ପଂଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଦାଶଙ୍କ ଅଭିଯୋଗ ମୂଳେ ତାଙ୍କ ପଂଚାୟତର ରହଣିଆ ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ହେବା ପାଇଁ ପ୍ରୋଜେକ୍ଟ ପ୍ରସ୍ତୁତି କରାଯାଇଥିବା ବେଳେ ତଳନଗର ଗ୍ରାମର ପ୍ଲଟ ନମ୍ବର ଲେଖାଯାଇଛି। ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ଉକ୍ତ କାମଟି ହୋଇ ପାରିନାହିଁ। ସେହିପରି ଭାବେ କେଦାରପୁର ପଂଚାୟତର ସରପଞ୍ଚ ସୁପ୍ରିୟ ଜେନା କହିଛନ୍ତି କେବଳ ଦୁଇଟି ହୋମ ପାଇପ ପକାଯାଇ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ବାତ୍ୟା ଆଶ୍ରୟସ୍ଥଳି ନିର୍ମାଣରେ ଇଟା ଖଣ୍ଡେ ମଧ୍ୟ ପଡ଼ି ପାରିନାହିଁ। ଆଗକୁ ବର୍ଷାଋତୁ ଆସୁଥିବା ବେଳେ ଲୋକମାନଙ୍କ ପାଇଁ ଏହାକୁ ତୁରନ୍ତ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି। ଏ ବାବଦରେ ସୋର ବିଧାୟକ ମଧବ ଧଡା ଗତ ୨୭/୩/୨୫ ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଏହାର କାର୍ଯ୍ୟ ଆରମ୍ଭ ପାଇଁ ପଦକ୍ଷେପ ନିଆଯାଉଥିବା କହିଥିଲେ। ସୋର ବିଡିଓ ସତ୍ୟନାଥ ନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।