ଗଡ଼ପୋଷ: ସମ୍ବଲପୁରଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସଗରା ଗ୍ରାମରେ ବିଳମ୍ବିତ ରାତିରେ ଏକ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ରାତି ପ୍ରାୟ ଦୁଇଟା ସମୟରେ ଗ୍ରାମର ଭୁବନେଶ୍ୱର ନାଏକଙ୍କ ଘରେ ଚାରିଜଣ ମୁଖାପିନ୍ଧା ଡକାୟତ ପ୍ରବେଶ କରିଥିଲେ। ଶ୍ରୀ ନାଏକ ସପତ୍ନୀକ ଘରେ ଉପସ୍ଥିତି ଥିଲେ। ଡକାୟତମାନେ ପ୍ରଥମେ ଭୁଜାଲି ମୁନରେ ଭୟଭୀତ କରି ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ବିଛଣାର ଚାଦର ଚିରି ବାନ୍ଧି ଦେବାସହ ଶୋଇବା କୋଠରୀରେ ବନ୍ଦ କରି ଦେଇଥିଲେ।
ଡକାୟତମାନେ ପ୍ରଥମେ ଭୁଜାଲି ମୁନରେ ଭୟଭୀତ କରି ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ବିଛଣାର ଚାଦର ଚିରି ବାନ୍ଧି ଦେବାସହ ଶୋଇବା କୋଠରୀରେ ବନ୍ଦ କରି ଦେଇଥିଲେ। ପରେ ସେମାନେ ଘରର ଛଅଟି କୋଠରୀରେ ଥିବା ଆଲମିରା, ପଲଙ୍କ ଓ ବାକ୍ସ ଭାଙ୍ଗି ଦେଇଥିଲେ। ଘରେ ଥିବା ୧୦ ଭରି ସୁନାଗହଣା ସହ ନଗଦ ୪୦ ହଜାର ଟଙ୍କା ଲୁଟି ନେଇ ଭୋର ଚାରିଟା ସମୟରେ ଫେରାଇ ହୋଇଯାଇଥିଲେ।
ପରେ ସେମାନେ ଘରର ଛଅଟି କୋଠରୀରେ ଥିବା ଆଲମିରା, ପଲଙ୍କ ଓ ବାକ୍ସ ଭାଙ୍ଗି ଦେଇଥିଲେ। ଘରେ ଥିବା ୧୦ ଭରି ସୁନାଗହଣା ସହ ନଗଦ ୪୦ ହଜାର ଟଙ୍କା ଲୁଟି ନେଇ ଭୋର ଚାରିଟା ସମୟରେ ଫେରାଇ ହୋଇଯାଇଥିଲେ। ଉଭୟ ସ୍ଵାମୀ ସ୍ତ୍ରୀ ବନ୍ଦ କୋଠରୀରେ କବାଟ ଭାଙ୍ଗି ବାହାରକୁ ଆସିଥିଲେ। ଖବର ପାଇ ଗୋବିନ୍ଦପୁର ଥାନାଧିକାରୀ ରାଜେନ୍ଦ୍ର ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛନ୍ତି।