ରାଉରକେଲା: ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି ଯୋଜନାକୁ ପଣ୍ଡ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ରାଜଗାଙ୍ଗପୁର ରୱାନୀ ଛକ ଅଞ୍ଚଳର ଅସରଫ ଅନ୍‌ସାରୀ(୨୬), ସିନ୍ଧିପଡ଼ାର ଦୀପକ ମାହାତୋ(୩୧), ବିଶ୍ରା ଥାନା ଅଞ୍ଚଳର କର୍ମା ଗୁଆଲା(୩୮), ଟିମ୍ବର କଲୋନିର ଆଶୁତୋଷ ରଥ(୨୫), ରେଲୱେ କଲୋନି ସ୍ବାମୀ ବିବେକାନନ୍ଦପାଲିର ଶେଖର ମୁଖୀ(୨୦) ଓ ଗୋପବନ୍ଧୁପାଲିର ଚନ୍ଦନ ଯାଦବ(୨୪)। ସେମାନଙ୍କଠାରୁ ୨ଟି ଲୁହା ରଡ୍‌, ଗୋଟିଏ ଭୁଜାଲି ଓ ୩ଟି ଛୁରି ଜବତ କରାଯାଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisment

ସୂଚନାନୁଯାୟୀ, ୬ ତାରିଖ ବିଳମ୍ବିତ ରାତିରେ ନୟାବଜାର କଂଗ୍ରେସ ଭବନ ପଛରେ କିଛି ଯୁବକ ସମ୍ମିଳିତ ହୋଇଥିବାନେଇ ପ୍ଲାଣ୍ଟସାଇଟ୍‌ ପୁଲିସକୁ ସୂଚନା ମିଳିଥିଲା। ରାତ୍ରି ପାଟ୍ରୋଲିଂ ଦାୟିତ୍ବରେ ଥିବା ଏସ୍‌ଆଇ ବି.ବି ଖ‌ଟେଇ ସଦଳବେଳେ କଂଗ୍ରେସ ଭବନ ନିକଟରେ ପହଞ୍ଚିଥିଲେ। ଅସ୍ତ୍ରଶସ୍ତ୍ର ଧରି ବସିଥିବା ଅବସ୍ଥାରେ ୬ ଜଣ ଦୁର୍ବୃତ୍ତଙ୍କୁ କାବୁ କରି ଥାନାକୁ ଉଠାଇ ଆଣିଥିଲେ। ସେମାନେ ସହରର ବିଭିନ୍ନ ଅଞ୍ଚଳରେ ଘର, ଦୋକାନ ଓ ପେଟ୍ରୋଲ୍‌ ପମ୍ପରୁ ଡକାୟତି ଯୋଜନା କରୁଥିବା ପୁଲିସକୁ କହିଥିଲେ। ପୁଲିସ ସମସ୍ତଙ୍କୁ ଗିରଫ କରି ଅସ୍ତ୍ରଶସ୍ତ୍ର ଜବତ କରିବା ପରେ‌ କୋର୍ଟ ଚାଲାଣ କରାଯାଇଥିଲା।

୬ ତାରିଖ ବିଳମ୍ବିତ ରାତିରେ ନୟାବଜାର କଂଗ୍ରେସ ଭବନ ପଛରେ କିଛି ଯୁବକ ସମ୍ମିଳିତ ହୋଇଥିବାନେଇ ପ୍ଲାଣ୍ଟସାଇଟ୍‌ ପୁଲିସକୁ ସୂଚନା ମିଳିଥିଲା। ରାତ୍ରି ପାଟ୍ରୋଲିଂ ଦାୟିତ୍ବରେ ଥିବା ଏସ୍‌ଆଇ ବି.ବି ଖ‌ଟେଇ ସଦଳବେଳେ କଂଗ୍ରେସ ଭବନ ନିକଟରେ ପହଞ୍ଚିଥିଲେ। ଅସ୍ତ୍ରଶସ୍ତ୍ର ଧରି ବସିଥିବା ଅବସ୍ଥାରେ ୬ ଜଣ ଦୁର୍ବୃତ୍ତଙ୍କୁ କାବୁ କରି ଥାନାକୁ ଉଠାଇ ଆଣିଥିଲେ। ସେମାନେ ସହରର ବିଭିନ୍ନ ଅଞ୍ଚଳରେ ଘର, ଦୋକାନ ଓ ପେଟ୍ରୋଲ୍‌ ପମ୍ପରୁ ଡକାୟତି ଯୋଜନା କରୁଥିବା ପୁଲିସକୁ କହିଥିଲେ। ପୁଲିସ ସମସ୍ତଙ୍କୁ ଗିରଫ କରି ଅସ୍ତ୍ରଶସ୍ତ୍ର ଜବତ କରିବା ପରେ‌ କୋର୍ଟ ଚାଲାଣ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏହି ଅଭିଯୁକ୍ତମାନେ ହେଉଛନ୍ତି ପେସାଦାର ଅପରାଧୀ। ଅଭିଯୁକ୍ତ ଅସରଫ୍‌ ନାଁରେ ପ୍ଲାଣ୍ଟସାଇଟ୍‌ ଓ ଝିରପାଣି ଥାନାରେ ୭ଟି ମାମଲା ରହିଥିବାବେଳେ ଦୀପକ ନାଁରେ ଜିଆର୍‌ପି ଓ ରାଜଗାଙ୍ଗପୁର ଥାନାରେ ୫ଟି ମାମଲା ରହିଛି। ସେହିଭଳି କର୍ମା ନାଁରେ ବିଶ୍ରା ଥାନାରେ ୨ଟି ମାମଲା, ଆଶୁତୋଷ ରଥ ନାଁରେ ସେକ୍ଟର-୩ ଓ ପ୍ଲାଣ୍ଟସାଇଟ୍‌ ଥାନାରେ ୭ଟି ମାମଲା, ଶେଖର ନାଁରେ ପ୍ଲାଣ୍ଟସାଇଟ୍‌ ଓ ସେକ୍ଟର-୧୯ ଥାନାରେ ୪ଟି ମାମଲା ଓ ଚନ୍ଦନ ଯାଦବ ନାଁରେ ବ୍ରାହ୍ମଣୀତରଙ୍ଗ, ପ୍ଲାଣ୍ଟସାଇଟ୍‌ ଓ ଉଦିତନଗର ଥାନାରେ ୪ଟି ମାମଲା ରହିଛି।