ଏଯାବତ ଖୋର୍ଧାରୁ ୪୮, ୮୩୭; କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ ଜାଣନ୍ତୁ

ଭୁବନେଶ୍ବର: ଆଜି ରାଜ୍ୟରେ ୧୭୦୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୯୮୫ ଓ ସ୍ଥାନୀୟ ଅଞ୍ଚଳରୁ ୬୫୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାର ୮୨୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ ସଂକ୍ରମଣ ସଂଖ୍ୟା କେତେରେ ପହଞ୍ଚିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଅନୁଗୁଳ ଜିଲ୍ଲାରୁ ୮,୧୬୬, ବାଲେଶ୍ବର ଜିଲ୍ଲାରୁ ୧୦, ୩୨୪, ବରଗଡ଼ ଜିଲ୍ଲାରୁ ୮, ୭୨୮, ଭଦ୍ରକ ଜିଲ୍ଲାରୁ ୬,୭୨୮, ବଲାଙ୍ଗୀର ଜିଲ୍ଲାରୁ ୬,୮୦୨, ବୌଦ୍ଧରୁ ୨,୫୯୦, କଟକରୁ ୨୬,୦୧୩, ଦେବଗଡ଼ରୁ ୧,୦୬୨, ଢ଼େଙ୍କାନାଳରୁ ୫,୧୫୫, ଗଜପତିରୁ ୩,୮୬୦, ଗଞ୍ଜାମରୁ ୨୧, ୧୮୮, ଜଗତସିଂହପୁରରୁ ୭,୬୧୯, ଯାଜପୁରରୁ ୧୦,୮୯୫, ଝାରସୁଗୁଡ଼ାରୁ ୬,୪୦୦, କଳାହାଣ୍ଡିରୁ ୫,୬୬୮, କେନ୍ଦ୍ରାପଡ଼ାରୁ ୭,୬୪୧, କେନ୍ଦୁଝରରୁ ୬, ୩୯୨, ଖୋର୍ଧାରୁ ୪୮, ୮୩୭, କୋରାପୁଟରୁ ୭,୪୦୭, ମାଲକାନଗିରିରୁ ୪,୮୭୬, ମୟୁରଭଞ୍ଜରୁ ୧୧,୪୫୩, ନବରଙ୍ଗପୁର ୫,୩୦୪, ନୟାଗଡ଼ରୁ ୬,୦୨୩, ନୂଆପଡ଼ା ୫,୬୯୯,ପୁରୀ ୧୨,୫୮୫, ରାୟଗଡ଼ା ୮,୦୯୮, ସମ୍ବଲପୁର ୮,୦୧୧, ସୁବର୍ଣ୍ଣପୁର ୪,୪୩୭, ସୁନ୍ଦରଗଡ଼ ଜିଲ୍ଲାରୁ ୧୧, ୧୨୮ ଓ ଷ୍ଟେଟ ପୁଲରୁ ୭,୫୦୮ ଜଣ ଆକ୍ରାନ୍ତ ଏଯାବତ ଚିହ୍ନଟ ହୋଇଛନ୍ତି।

 

ସମ୍ବନ୍ଧିତ ଖବର