ନୂଆପଡ଼ା: ନୂଆପଡ଼ା ଜ଼ିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚିଚେର ଗ୍ରାମର ଏକ ଜମିରେ ମିଳିଛି ଅର୍ଦ୍ଧନଗ୍ନ ଶବ। ମୃତ ବ୍ୟକ୍ତି ଜଣଙ୍କ ମଣ୍ଡୋଶିଳ ଗ୍ରାମର ଯୁବ ବ୍ୟବସାୟୀ ଦିନ ପାନ। ଖଡ଼ିଆଳ ବୋଡ଼େନ ଛକରୁ ଗଡରାମୁଣ୍ଡା ସଡ଼କ ମଧ୍ୟରେ ଏକ ମାଂସ ଦୋକାନ କରି ସେ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସେ ବିଭିନ୍ନ ଲୋକଙ୍କ ଠାରୁ ଛେଳି ଆଣି ମାଂସ କାଟି ବିକ୍ରି କରୁଥିଲା ବେଳେ ଆଜି ସକାଳେ ତାଙ୍କର ମୃତଦେହ ଖଡ଼ିଆଳ ବ୍ଲକ ନେହେନା ପଂଚାୟତ ଅନ୍ତର୍ଗତ ଚି଼ଚେର ଗାଁର ଏକ ଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଖଡ଼ିଆଳ ଥାନା ଅନ୍ତର୍ଗତ ଚିଚେର ଗ୍ରାମର ଏକ ଜମିରେ ମିଳିଛି ଅର୍ଦ୍ଧନଗ୍ନ ଶବ। ମୃତ ବ୍ୟକ୍ତି ଜଣଙ୍କ ମଣ୍ଡୋଶିଳ ଗ୍ରାମର ଯୁବ ବ୍ୟବସାୟୀ ଦିନ ପାନ। ଖଡ଼ିଆଳ ବୋଡ଼େନ ଛକରୁ ଗଡରାମୁଣ୍ଡା ସଡ଼କ ମଧ୍ୟରେ ଏକ ମାଂସ ଦୋକାନ କରି ସେ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସେ ବିଭିନ୍ନ ଲୋକଙ୍କ ଠାରୁ ଛେଳି ଆଣି ମାଂସ କାଟି ବିକ୍ରି କରୁଥିଲା ବେଳେ ଆଜି ସକାଳେ ତାଙ୍କର ମୃତଦେହ ଖଡ଼ିଆଳ ବ୍ଲକ ନେହେନା ପଂଚାୟତ ଅନ୍ତର୍ଗତ ଚି଼ଚେର ଗାଁର ଏକ ଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଅଞ୍ଚଳର କିଛି ବ୍ୟକ୍ତି ଖଡ଼ିଆଳ ପୁଲିସକୁ ଏନେଇ ସୂଚନା ଦେଇଥିବା ବେଳେ ଖବର ପାଇ ଖରିଆର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପ୍ରାଥମିକ ତଦନ୍ତ କରୁଛିନ୍ତି। ଘଟଣା ସ୍ଥଳରେ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ଆସି ଘଟଣା ତଦନ୍ତ କରିଛନ୍ତି। ନୂଆପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁସାରେ ସାଇଣ୍ଟିକଫିକ ଟିମ୍ ଆସି ଅଧିକ ତଦନ୍ତ କରିବେ। ତାଙ୍କ ସମ୍ପର୍କୀୟଙ୍କ କହିବା କଥା ଛେଳି ବ୍ୟବସାୟ ପଇସାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଖଡ଼ିଆଳ ଏଡିପିଓ, ଆଇଆଇସି ଦିଲ୍ଲୀପ ସାହୁ, ଏସଆଇ ଅଶୋକ କୁମାର ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/09/new-project-1-2025-08-09-13-07-06.jpg)