ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ଗାଁ ନିକଟରେ ଥିବା ଏକ ଆମ୍ବ ବଗିଚାଠାରେ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ଆମ୍ବ ବଗିଚାରେ ହାତୀ ମୃତ୍ୟୁ ହୋଇଥିବା ଗାଁ ଲୋକେ ସକାଳୁ ଦେଖିବାକୁ ପାଇଥିଲେ। ପରେ ନର୍ଲା ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ଓ ଡାକ୍ତରୀ ଦଳ ପହଞ୍ଚି ତଦନ୍ତ କରୁଛି।
ମୃତ ମାଈ ହାତୀର ବୟସ ୮ରୁ ୯ବର୍ଷ ହୋଇଥିବା ଅନୁମାନ କରାଯାଉଛି। ମୃତ ହାତୀର ପାଟି, ନାକ ଓ କାନରେ ଦାଗ ଥିବା ଦେଖିବାକୁ ମିଳୁଛି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/elephant-1.jpg)