ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଗୋଏଲଭାଡ଼ି ବର୍ଣି ଜଙ୍ଗଲରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ କରିଛି ପୁଲିସ। ଫାଇନାସ୍ଟ କର୍ମଚାରୀଜଣକ ଟିଟିଲାଗଡ଼ ଥାନା ସର୍ଗିଗୁଡ଼ାର ଉତ୍ତମ ନାଗ ବୋଲି ଜଣାପଡ଼ିଛି। ସେ ୩ ବର୍ଷ ହେବ ଟିଟିଲାଗଡ଼ ସ୍ଥିତ ବଜାଜ ଫାଇନାନ୍ସରେ କାମ କରୁଥିଲେ। ସେ ଗତ ୨ ତାରିଖରୁ ନିଖୋଜ ଥିବା ବେଳେ ତାଙ୍କ ପରିବାର ଲୋକେ ନିଖୋଜ ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ।
ଘଟଣାସ୍ଥଳ ନିକଟରୁ ମୋଟର ସାଇକେଲ (ନମ୍ବର – ଓଡି ୦୮ ଏଚ୍୮୮୬୮)କୁ ପୁଲିସ୍ ଜବତ କରିଛି। ମୃତକ କମ୍ପାନୀର ଲକ୍ଷାଧିକ ଟଙ୍କା ହେରଫେର କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/5wbLgsnaqw04VDy2ZCLB.jpeg)