ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ କହ୍ନେଇଟାଲ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇ ଯୁବକ ନିଖୋଜ ହୋଇଯାଇଥିଲେ। ପ୍ରାୟ ୨୪ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାପ ଟିମ୍ର ମିଳିତ ପ୍ରଚେଷ୍ଟାରେ ଉକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
କହ୍ନେଇଟାଲ ଗ୍ରାମରେ ଥିବା ପୋଖରୀକୁ ଗ୍ରାମର ସୁଶିଲ ବରିହା ନାମକ ଜଣେ ଯୁବକ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରେ ଦମକଳ ବାହିନୀକୁ ଲୋକେ ଖବର ଦେଇଥିଲେ। ପାଟଣାଗଡ଼ ଦମକଳବାହିନୀ କହ୍ନେଇଟାଲ ଗ୍ରାମର ଉକ୍ତ ପୋଖରୀରେ ଖୋଜିବାରେ ଲାଗିଥିଲେ। ହେଲେ ବଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସୁଶିଲଙ୍କୁ ପାଇ ନ ଥିଲେ। ତେବେ ପୋଖରୀ ଆଡିରେ ସୁଶିଲଙ୍କ ସାଇକଲ ଥିବା ଜଣାପଡ଼ିଥିଲା। ଆଜି ପ୍ରାୟ ୧୧ଟା ବେଳେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାପ ଟିମ୍ର ମିଳିତ ପ୍ରଚେଷ୍ଟାରେ ଉକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କହ୍ନେଇଟାଲ ଗ୍ରାମରେ ଥିବା ପୋଖରୀକୁ ଗ୍ରାମର ସୁଶିଲ ବରିହା ନାମକ ଜଣେ ଯୁବକ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରେ ଦମକଳ ବାହିନୀକୁ ଲୋକେ ଖବର ଦେଇଥିଲେ। ପାଟଣାଗଡ଼ ଦମକଳବାହିନୀ କହ୍ନେଇଟାଲ ଗ୍ରାମର ଉକ୍ତ ପୋଖରୀରେ ଖୋଜିବାରେ ଲାଗିଥିଲେ। ହେଲେ ବଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସୁଶିଲଙ୍କୁ ପାଇ ନ ଥିଲେ। ତେବେ ପୋଖରୀ ଆଡିରେ ସୁଶିଲଙ୍କ ସାଇକଲ ଥିବା ଜଣାପଡ଼ିଥିଲା। ଆଜି ପ୍ରାୟ ୧୧ଟା ବେଳେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାପ ଟିମ୍ର ମିଳିତ ପ୍ରଚେଷ୍ଟାରେ ଉକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/30/patn-2025-07-30-12-30-55.png)