ଖଇରା: ବାଲେଶ୍ବର ଜିଲ୍ଲା ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ବଟେଶ୍ୱର ବଡ଼ ପୁଲଗଣ୍ଡରୁ ଆଜି ସକାଳୁ ଜଣେ ଜଣେ ବ୍ୟକ୍ତିଙ୍କ ମରଶରୀର ଉଦ୍ଧାର ହୋଇଛି। ବ୍ୟକ୍ତି ଜଣକ ମହତିପୁର ପଞ୍ଚାୟତ ଅଧୀନ କଣ୍ଟାପଡା ଗ୍ରାମର ବନମାଳୀ ବୈଶାଖ(୭୬) ବୋଲି ଜଣା ପଡିଛି।
ସେ ସବୁଦିନ ପରି ସୋମବାର ଭୋର ଉଠି ଉଠି ଫୁଲ ତୋଳିବାକୁ ଯାଇଥିଲେ। ଘରେ ସେ ଏକା ରହୁଥିବାବେଳେ ୨ ଦିନ ହେବ ଘରକୁ ନଫେରିବାରୁ ପଡ଼ୋଶୀ ଲୋକ ବିଭିନ୍ନ ସ୍ଥାନ ଓ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ। ତେବେ ଆଜି ସକାଳୁ ଗ୍ରାମର କିଛି ପିଲାପୁଲ ଗଣ୍ଡରେ ଏକ ଶବ ଭାସୁଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇ ଥିଲେ। ସୂଚନା ପାଇ ଘଟଣା ସ୍ଥଳରେ ଲୋକଙ୍କ ଭିଡ ଜମିଥିଲା ।
ଖଇରା ଥାନା ଅଧିକାରିଣୀ ମୌସୁମୀ ମହାନ୍ତି, ଏସଆଇ ବିକ୍ରମ ମହାପାତ୍ର ଓ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଶବକୁ ଉଦ୍ଧାର କରାଯାଇ ଥିଲା। ଏନେଇ ଖଇରା ଥାନାରେ କେଶ ନମ୍ବର ୧୯/୨୪ ରେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/SKpOrHUPmsFbVmIWhIX6.jpeg)