ଭେଡେନ /ଅତାବିରା: ରେଙ୍ଗାଲିକେମ୍ପ -ପପଙ୍ଗା କେନାଲର ଖାଉପାଲି ବ୍ରିଜ ତଳେ ଭାସୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ଶୁକ୍ରବାର ସକାଳ ୭ଟାରେ ଭେଡେନ ପୁଲିସ ଫାୟାର ଟିମ ସହାୟତାରେ ଉଦ୍ଧାର କରିଛି।
ମୃତ ମହିଳାଜଣକ ଛତିଶଗଡ଼ ରାଜ୍ୟ ସାରଙ୍ଗଗଡ଼ ଜିଲ୍ଲା କେଡ଼ାର ଥନା ଭାକୁଡା ଗ୍ରାମର ଦିବ୍ୟକାନ୍ତି କୁମ୍ଭାର(୪୦) ବୋଲି ଜଣାପଡ଼ିଛି।ପୁଲିସର ସୂଚନା ଅନୁସାରେ ଗତ ୬ ମାସ ଆଗରୁ ଧନିରାମ କୁମ୍ଭାର ତାଙ୍କ ସ୍ତ୍ରୀ ଦିବ୍ୟକାନ୍ତି ସପରିବାର ଅତାବିରାକୁ କାମ କରିବାକୁ ଆସି ରେଙ୍ଗାଲିକେମ୍ପ ରେ ରହି ଏକ କାରଖାନାରେ କାମ କରୁଥିଲେ। ଗୁରୁବାର ଅପରାହ୍ନ ସମୟରେ ଦିବ୍ୟକାନ୍ତି କେନାଲକୁ ଗାଧୋଇବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କଲାପରେ ନମିଳିବାରୁ ଅତାବିରା ଥାନାରେ ଆଭିଯୋଗ କରିଥିଲେ।
ମୃତ ମହିଳାଜଣକ ଛତିଶଗଡ଼ ରାଜ୍ୟ ସାରଙ୍ଗଗଡ଼ ଜିଲ୍ଲା କେଡ଼ାର ଥନା ଭାକୁଡା ଗ୍ରାମର ଦିବ୍ୟକାନ୍ତି କୁମ୍ଭାର(୪୦) ବୋଲି ଜଣାପଡ଼ିଛି।ପୁଲିସର ସୂଚନା ଅନୁସାରେ ଗତ ୬ ମାସ ଆଗରୁ ଧନିରାମ କୁମ୍ଭାର ତାଙ୍କ ସ୍ତ୍ରୀ ଦିବ୍ୟକାନ୍ତି ସପରିବାର ଅତାବିରାକୁ କାମ କରିବାକୁ ଆସି ରେଙ୍ଗାଲିକେମ୍ପ ରେ ରହି ଏକ କାରଖାନାରେ କାମ କରୁଥିଲେ। ଗୁରୁବାର ଅପରାହ୍ନ ସମୟରେ ଦିବ୍ୟକାନ୍ତି କେନାଲକୁ ଗାଧୋଇବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କଲାପରେ ନମିଳିବାରୁ ଅତାବିରା ଥାନାରେ ଆଭିଯୋଗ କରିଥିଲେ। ଅତାବିରା ପୁଲିସ ଫାୟାର ଟିମ ସହାୟତାରେ ରେଙ୍ଗାଲିକେମ୍ପରୁ ପତ୍ରାପାଲି ପର୍ଯ୍ୟନ୍ତ ରାତି ୮ଟା ପର୍ଯ୍ୟନ୍ତ କେନାଲରେ ଖୋଜିଥିଲେ ମଧ୍ୟ ପାଇନଥିଲେ। ଶୁକ୍ରବାର ସକାଳୁ ଏକ ମହିଳାଙ୍କ ଶବ ଭାସୁଥିବାର ଲୋକଙ୍କ ଠାରୁ ଖବର ପାଇଁ ଭେଡେନ ଥାନା ଖାଉପାଲି ବ୍ରିଜ ତଳୁ ଭେଡେନ ପୁଲିସ ଶବ ଉଦ୍ଧାର କରିଛି।
ଅତାବିରା ପୁଲିସ ଫାୟାର ଟିମ ସହାୟତାରେ ରେଙ୍ଗାଲିକେମ୍ପରୁ ପତ୍ରାପାଲି ପର୍ଯ୍ୟନ୍ତ ରାତି ୮ଟା ପର୍ଯ୍ୟନ୍ତ କେନାଲରେ ଖୋଜିଥିଲେ ମଧ୍ୟ ପାଇନଥିଲେ। ଶୁକ୍ରବାର ସକାଳୁ ଏକ ମହିଳାଙ୍କ ଶବ ଭାସୁଥିବାର ଲୋକଙ୍କ ଠାରୁ ଖବର ପାଇଁ ଭେଡେନ ଥାନା ଖାଉପାଲି ବ୍ରିଜ ତଳୁ ଭେଡେନ ପୁଲିସ ଶବ ଉଦ୍ଧାର କରିଛି।