ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଥୁଡିବାହାଲ ନିକଟରେ ଥିବା ବୁଢାଡଙ୍ଗର ପାହାଡ଼ରେ ଜଣେ ନିଖୋଜ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସୂଚନା ପାଇ ପୁଲିସ ପହଞ୍ଚିଥିବା ବେଳେ ସିଇଣ୍ଟିଫିକ୍ ଟିମ ପହଞ୍ଚି ନମୁନା ସଂଗ୍ରହ କରି ଫେରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୪ ଦିନ ପୂର୍ବରୁ ସଲଣ୍ଡି ଗ୍ରାମର ଯୁବକ ଜ୍ଞାନ ପ୍ରକାଶ ବେହେରା ନିଜ ଘରୁ ବାହାରି ଆଉ ଘରକୁ ଫେରି ନ ଥିଲେ। ପରିବାରବର୍ଗ ଖୋଜାଖୋଜି କରିବା ପରେ ଜ୍ଞାନ ନିଖୋଜ ଥିବା ନେଇ ବେଲପଡ଼ା ଥାନାରେ ଅଭିଯୋଗ କରିଥିଲେ। ସକାକୁ ଥୁଡିବାହାଲର କିଛି ଲୋକ ପାହାଡ଼କୁ ଯାଇଥିବା ବେଳେ ସେଠାରେ ଦୁର୍ଗନ୍ଧ ହେଉଥିବା ଜାଣି ପାଖକୁ ଯାଇ ଦେଖିଥିଲେ। ପରେ ଏ ସମ୍ପର୍କରେ ବେଲପଡ଼ା ପୁଲିସକୁ ଖବସ ଦେଇଥିଲେ।
ବେଲପଡ଼ା ପୁଲିସ ପହଞ୍ଚି ତଦନ୍ତ କରିଥିଲା। ପରେ ପରେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ କରିବା ସହ ନମୁନା ସଂଗ୍ରହ କରି ଫେରିଥିବା ଜଣାପଡ଼ିଛି। ଶବ ଚିହ୍ନଟ ହେବା ପରେ ମ୍ରୁତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ତେବେ ଜ୍ଞାନଙ୍କୁ ହତ୍ୟା କରା ଯାଇଥିବା ନେଇ ବେଲପଡ଼ା ଥାନାରେ ପରିବାରବର୍ଗ ପକ୍ଷରୁ ଅଭିଯୋଗ କରାଯାଇଛି।ଏ ସମ୍ପର୍କରେ ପୁଲିସ କେସ ନଂ ୨୯୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/10/18/9tz765q8uh1HwUn5eB9W.png)