କର୍ଲାମୁଣ୍ଡା: କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି ଉତେଇ କେନାଲ ଠାରେ ବାଇକ ସହ ଏକ ଶବ ପଡ଼ି ରହିଥିବା ଆଜି ଭୋର ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ତେବେ ଶବ କର୍ଲାମୁଣ୍ଡା ବସ୍ତିରେ ରହୁଥିବା ରାଜ ନିଆଲ (୩୦)ଙ୍କ ର ବୋଲି ଜଣାପଡ଼ିଛି l
ରାଜ ନିଆଲ ରବିବାର ସନ୍ଧ୍ୟାରେ କୌଣସି କାମରେ ଅଗାଧୁପୁର ଗାଁକୁ ଯାଇ ରାତିରେ ଫେରିବା ସମୟରେ କେନାଲରେ ବାଇକ ସହ ପଡ଼ି ମୃତ୍ୟୁବରଣ କରିଥିବା ସନ୍ଦେହ କରି ରାଜଙ୍କ ସମ୍ପର୍କୀୟ ଶାଳକ ଟୁନୁ ନନ୍ଦ କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଭାବେ ଜଣାଇଛନ୍ତି। ମୃତ ରାଜଙ୍କ ବିଧବା ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି l ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି l

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/04/karla-2025-08-04-11-07-46.png)