ଦାରିଦ୍ର୍ୟ ପାଇଁ ଆତ୍ମହତ୍ୟା!, ମେଷପାଳକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ବିନିକା: ଜଣେ ମେଷପାଳକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଅପରାହ୍ଣରେ ଉଦ୍ଧାର ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନମ୍ବର ଓ୍ଵାର୍ଡ ନିବାସୀ ବୀରେନ୍ଦ୍ର ମୁଣ୍ଡାଙ୍କର ମୃତଦେହ ଜବତ କରି ବିନିକା ପୁଲିସ ଘଟଣାର ତଦନ୍ତ କରୁଛି। ଦାରିଦ୍ର୍ୟତା ପାଇଁ ବୀରେନ୍ଦ୍ର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ଅନ୍ୟ ଦିନ ଭଳି ଆଜି ସକାଳୁ ବୀରେନ୍ଦ୍ର ଘର ଠାରୁ ଅଳ୍ପ ଦୂରରେ ଥିବା ନାଳ ଆରପାରିକୁ ଯାଇଥିଲେ। ମାତ୍ର ସେ ଆଜି ଦିନ ୧୨ଟା ଯାଏଁ ଘରକୁ ଫେରି ନଥିଲେ। ଦୀର୍ଘ ସମୟ ଧରି ବୀରେନ୍ଦ୍ର ଘରକୁ ନ ଫେରିବାରୁ ପରିବାର ଲୋକେ ଏଣେତେଣେ ଖୋଜାଖେଜି କରିଥିଲେ। ଶେଷରେ ସେମାନେ ନାଳ ଆରପଟରେ ଥିବା ଏକ ଗଛରୁ ବୀରେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଠାବ କରିଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୀରେନ୍ଦ୍ରଙ୍କର ମୃତଦେହ ଠାବ କରିଥିଲା।

ବୀରେନ୍ଦ୍ରଙ୍କ ପରିବାର କହିଲେ ସ୍ତ୍ରୀ, ତିନି ଝିଅ ଓ ଗୋଟିଏ ପୁଅ। ସବୁଠାରୁ ବନ ସନ୍ତାନର ବୟସ ୭ ବର୍ଷ। ଭୂମିହୀନ ଥିବାରୁ ସେ ଘରେ କିଛି ମେଣ୍ଢା ପାଳନ କରିଥିଲେ। କିଛି ଦିନ ତଳେ ୨୦ଟି ମେଣ୍ଢା ରୋଗରେ ମରିଯାଇଥିଲେ। ଅନ୍ୟପଟରେ ବୀରେନ୍ଦ୍ର କିଛି ଲୋକଙ୍କଠାରୁ ଋଣ ମଧ୍ୟ ଆଣିଥିଲେ। ଘରେ ରଖିଥିବା ମେଣ୍ଢାପଲ ହେଉଛି ତାଙ୍କର ସଂପତ୍ତି। ୨୦ଟି ମେଣ୍ଢାଙ୍କର ମୃତ୍ୟୁ ପରେ ସେ କିଛି ଦିନ ହେବ ଅଶାନ୍ତିରେ ଜୀବନଯାପନ କରୁଥିଲେ।

ସମ୍ବନ୍ଧିତ ଖବର