କୋମନା: କୋମନା ବ୍ଲକ ସଦର ମହକୁମା ନିକଟରେ ଥିବା ସୁନ୍ଦର ନଦୀରୁ ଭାସୁଥିବା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର କରିଛି କୋମନା ପୁଲିସ l ମଙ୍ଗଳବାର ସକାଳୁ ନଦୀ ଗଭୀର ପାଣି ପାଣିରେ ଏକ ମୃତଦେହ ଭାସୁଥିବା ଖବର ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କୋମନା ଅଗ୍ନିବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଗଭୀର ପାଣିରୁ ଉକ୍ତ ମୃତଦେହ ବାହାର କରି ସାରିଲାପରେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ।
ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତଦେହଟି କୋମନା ସଦର ମହାକୁମା ବଙ୍ଗଳା ପଡାର ଚୈତନ୍ୟ ବନଛୋର (ବାଦୀ) ବୋଲି ଜଣାପଡ଼ିଛି। ସେ ଗତ ଶନିବାର ଠାରୁ ନିଖୋଜ ଥିବା ପରିବାର ଲୋକଙ୍କଠାରୁ ପୁଲିସ ସୂଚନା ପାଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ କାରଣ ଜଣାପଡ଼ିବ l