ପୋଖରୀରେ ଭାସୁଛି ମଲା ମାଛ, ଗାଁ ଲୋକେ ଆତଙ୍କିତ

ଦେଓଗାଁ : ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତର ରାଏପାଲି ଗାଁ ରେ ଥିବା ଏକ ପୋଖରୀରେ ଗତ କିଛିଦିନ ହେଲା ମଲା ମାଛ ଭାସୁଥିବାରୁ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ଗାଁ ଲୋକଙ୍କ କହିବା ଅନୁସାରେ ରାଏପାଲି ଗାଁ ରେ ଥିବା ତିନୋଟି ପୋଖରୀ ମଧ୍ୟରୁ ବଡ ପୋଖରୀରେ ମାଛ ଗୁଡ଼ିକ ମରି ଭାସୁଛନ୍ତି । ଏହି ପୋଖରୀଟି ମାଛଚାଷ ପାଇଁ କାହାକୁ ନିଲାମ ଦିଆ ଯାଇ ନ ଥିବା ବେଳେ ମାଛ ଭରପୁର ହୋଇ ରହିଥିଲା । କିନ୍ତୁ କେମିତି ଭାବେ ମାଛ ଗୁଡିକ ମରି ଭାସୁଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଗାଁ ଲୋକେ କହିଛନ୍ତି । ଗାଁ କୁ ଯୋଗାଣ ହେଉଥିବା ପିଇବା ପାଣି ଗତ ୧୦ ଦିନ ହେଲା ବନ୍ଦ ଥିବାରୁ ପୋଖରୀ ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି। ଏବେ ମାଛ ମରି ପାଣି ରେ ଭାସୁଥିବାରୁ ଏହି ପାଣିରେ କିଏ ମାଛ ମରା ଔଷଧ ପ୍ରୟୋଗ କରିଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ପୋଖରୀକୁ ଗାଧୋଇ ଯାଉଥିବା ଲୋକମାନେ ଆତଙ୍କିତ ହୋଇ ଗାଧୋଇ ନ ଯିବା ପାଇ ଲୋକମାନଙ୍କୁ କହୁଛନ୍ତି । ଏଣୁ ପୋଖରୀ ରେ କେମିତି ଭାବେ ମାଛ ମରି ଭାସୁଛନ୍ତି ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର