କଣ୍ଟାବାଞ୍ଜି: ଆଜି କଣ୍ଟାବାଞ୍ଜି ପୁରୁଣା ସିମେଣ୍ଟ ଫ୍ୟାକ୍ଟ୍ରି ଥିବା ଶାଗୁଆନ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଛି। ମୃତକ ଜଣକ ଡୁମେରଚୁଆଁ ଗାଁର କୁଞ୍ଜ ମାଝି ବୋଲି ତାର ପରିବାର ଲୋକ ଚିହ୍ନଟ କରିଛନ୍ତି। କୁଞ୍ଜ ପ୍ରାୟ ୧୦ ଦିନ ହେବ ନିଖୋଜ ଥିବା ବେଳେ ତାଙ୍କ ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥଲେ।
ତେବେ ଆଜି କିଛି ଲୋକ କୂଅରେ ଜଣେ ଯୁବକଙ୍କ ଶବ ପଡ଼ିଥିବା ଜାଣିବା ପରେ କୁଞ୍ଜଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ଆସି ଶବ ଚିହ୍ନଟ କରିଛନ୍ତି। କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ବଲାଙ୍ଗିର ରୁ ସାଇଣ୍ଟିଫିକ ଟିମ ଆସିଲେ କୂଅରୁ ଶବ ବାହାର କରାଯିବ।
ତେବେ କୁଞ୍ଜର ମୋବାଇଲକୁ ଫୋନ ଆସିବା ପରେ ସେ ଘରୁ ବାହାରି ଆସି ଘରକୁ ଫେରାଇନଥିବା। କୁଞ୍ଜକୁ ହତ୍ୟା କରାଯାଇଥିବା ତାର ଅଜା ଇନ୍ଦ୍ର ମାଝି ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ କଣ୍ଟାବାଞ୍ଜି ଏସଡିପିଓ ଲଷ୍ମୀ ନାରାୟଣ ମାରାଣ୍ଡି ଅଧିକ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)