ଦଶପଲ୍ଲା: ପୋଖରୀରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ | ନୟାଗଡ଼ଜିଲ୍ଲା ଦଶପଲ୍ଲା ଥାନା ବାଟେଣୀ ଗାଁର ରବୀନ୍ଦ୍ର ପ୍ରଧାନ ଗତ ସୋମବାର ଦିନ ଗାଁ ପୋଖରୀକୁ ଗାଧୋଇ ଯାଇ ନିଖୋଜ ଥିବାବେଳେ ଆଜି ଗାଁ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି | ସୂଚନାଯୋଗ୍ୟ ଯେ ରବୀନ୍ଦ୍ର ଗାଧୋଇ ଯାଉଛି ବୋଲି ପରିବାର ଲୋକଙ୍କୁ କହି ଯାଇଥିଲେ. ହେଲେ ସେ ଆଉ ଘରକୁ ଫେରି ନଥିଲେ |

Advertisment

ଘରକୁ ନ ଫେରିବାରୁ ଘର ଲୋକେ ସବୁ ଆଡ଼େ ଖୋଜାଖୋଜି କରିଥିଲେ ଏବଂ ଦଶପଲ୍ଲା ଦମକଳ ବାହିନୀ ସାହାଯ୍ୟରେ ଗାଁ ପୋଖରୀରେ ମଧ୍ୟ ଖୋଜାଖୋଜି କରିଥିଲେ | ହେଲେ କୌଣସି ସନ୍ଧାନ ମିଳି ନଥିଲା |

ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ଆତ୍ମୀୟସ୍ୱଜନ ସବୁଠି ଖୋଜାଖୋଜି କରିଥିବା ବେଳେ ଆଜି ସକାଳୁ ସକାଳୁ ଗାଁ ପୋଖରୀରେ ରବୀନ୍ଦ୍ରଙ୍କ ମୃତଦେହ ଭାସୁଥିବାର ଗାଁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ | ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି |