କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନୂଆପଡ଼ାରେ ରହୁଥିବା ହରି ବଚ୍ଛାଙ୍କ ୧୫ ବର୍ଷୀୟ ପୁଅଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି। ହରି ବଚ୍ଛାଙ୍କ ପୁଅ ଫକୀର ବଚ୍ଛା ପାଠ ଛାଡି କିଛି କାମ କରି ଘର ଚଳାଇବାରେ ସହଯୋଗ କରିଥାଏ।

Advertisment

ଘଟଣା ଦିନ ଫକୀର କାମ କରିବାକୁ ଯାଉଛି ବୋଲି ଘର ଲୋକଙ୍କୁ କହି ଯାଇଥିଲା। ରାତିରେ ଘରକୁ ଫେରିନଥିବାବେଳେ ଘର ଲୋକ ଫୋନ କରିଥିଲେ ହେଲେ ଫକୀର ଫୋନ ଉଠାଇନଥିଲେ।

ସକାଳୁ ହରି ବଚ୍ଛା ଘର ପାଖ ଏକ ଗଛରେ ପୁଅର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ | ଫକୀରକୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ବାପା ହରି ବଚ୍ଛା ଅଭିଯୋଗ କରିଛନ୍ତି।