ଧଣ୍ଡାମୁଣ୍ଡା: ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଳକ୍ ସଦର ମହକୁମାରୁ ପଦ୍ମପୁର ଦେଇ ବରଗଡ଼କୁ ସଂଯୋଗ କରୁଥିବା ଖପ୍ରାଖୋଲ-ଜୁରିଆ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ସାମାନ୍ୟ ବର୍ଷାରେ ଗର୍ଭରେ ପାଣି ଭର୍ତ୍ତି ହୋଇଯାଉଥିବା ବେଳେ ରାସ୍ତାଟି କାଦୁଅ ପଚପଚ ହୋଇଥିବାରୁ ଲୋକେ ଯିବଆସିବା ସମୟରେ ଅସୁବିଧା ଭୋଗୁଛନ୍ତି।
ଏହି ରାସ୍ତାରେ ପ୍ରତ୍ୟେକ ଦିନ ପ୍ରଶାସନିକ ଅଧିକାରୀ ଯାଉଥିଲେ ମଧ୍ୟ କାହାର ଦୃଷ୍ଟି ପଡ଼ୁନାହିଁ ବୋଲି ଲୋକେ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/10/untitled-17qert3-2025-10-10-15-28-24.jpg)