ନୂଆଦିଲ୍ଲୀ: ୫୦ ଲକ୍ଷ ଟଙ୍କାର ଋଣ ଶୁଝିବା ପାଇଁ ନକଲି ମୃତଦେହ ଆଣିଲେ ଆଉ ଶବସଂସ୍କାର ପାଇଁ ବ୍ୟବସ୍ଥା କରୁଥିଲେ | ହେଲେ ଧରାପଡିଗଲା ମିଛ | ଉତ୍ତରପ୍ରଦେଶର ହାପୁରରେ ଏଭଳି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି | କମଲ ସୋନାନି ନାମକ ବ୍ୟକ୍ତି ଏକ ଭୟଙ୍କର ଷଡଯନ୍ତ୍ର ରଚିଥିଲେ। ଯେଉଁଥିରେ ତାଙ୍କ ଦୋକାନରେ କାମ କରୁଥିବା ଜଣେ ୩୦ ବର୍ଷୀୟ ଯୁବକ ଅଂଶୁଲଙ୍କ ନାମରେ ସେ ୫୦ ଲକ୍ଷ ଟଙ୍କାର ବୀମାପାଇବା ପାଇଁ ତାଙ୍କୁ ମୃତ୍ୟୁ ବୋଲି ପ୍ରମାଣିତ କରିବାକୁ ଯୋଜନା କରିଥିଲେ। କିନ୍ତୁ ଶବକୁ ଜୁଇରେ ଲଦିବାବେଳେ ତାଙ୍କ ଆଚରଣ ସମସ୍ତଙ୍କ ସନ୍ଦେହକୁ ଘନିଭୂତ କରିଥିଲା। ସ୍ଥାନୀୟ ଲୋକମାନେ ତାଙ୍କ ଉପରେ ସନ୍ଦେହ କରି ଶବ ଉପରୁ ଧଳା କପଡା ଉଠେଇବା ପରେ ଶବ ନାମରେ କୋକେଇରେ ଦୋକାନରେ ମିଳୁଥିବା ଷ୍ଟାଚୁକୁ ଦେଖିବାକୁ ପାଇଥିଲେ। ପରେ ଦୋକାନରେ ମିଳୁଥିବା ଷ୍ଟାଚୁକୁ ଶବ ବୋଲି କହି ଦାହ କରୁଥିବାର ଜାଣି ଲୋକମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପେଲିସ ଆସି ଘଟଣା ସ୍ଥଳରେ ପହଁଞ୍ଚିଥିବା ବେଳେ ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା। 

Advertisment


କଣ ରହିଛି ଘଟଣାର ସତ୍ୟତା

ହଠାତ ଦିଲ୍ଲୀରୁ ଚାରିଜଣ ଲୋକ ତୀର୍ଥ ନଗରୀ ଗଢ଼ମୁକ୍ତେଶ୍ୱରର ବ୍ରଜଘାଟରେ ଏକ କାରରେ ପହଞ୍ଚି ଗଙ୍ଗା ନଦୀ କୂଳରେ ଏକ ଶବ ଦାହ କରିବାକୁ ଲାଗିଲେ। ଶବଦାହ ପାଇଁ ଆସିଥିବା ଲୋକମାନଙ୍କର ଗତିବିଧିକୁ ଦେଖି ସ୍ଥାନୀୟ ଲୋକମାନେ ସନ୍ଦେହ କରି ଶବ ଦାହ ସ୍ଥାନକୁ ଯାଇ, କୋକେଇରେ ଧଳା କପଡାରେ ଘୋଡି ହୋଇଥିବା ଏକ ଷ୍ଟାଚୁକୁ ଦେଖିବାକୁ ପାଇଥିଲେ। ପରେ ସେମାନେ ଏ ସଂପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିବାର ଦେଖି ସେଠାରୁ ୨ ଜଣ ଦୌଡ଼ି ପଳାଇଥିଲେ। ପରେ ସେଠାରେ ଥିବା ୨ ଜଣଙ୍କୁ ପୋଲିସ ଗିରଫ କରି ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା। ସେହି ଲୋକମାନେ ନକଲି ଶବଦାହ କରିବା ପାଇଁ ଦିଲ୍ଲୀରୁ ଗଢ଼ମୁକ୍ତେଶ୍ୱର ଆସିଥିଲେ।

ଆହୁରି ପଢନ୍ତୁ: Encroachment College Campus ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଦିଲ୍ଲୀର ପାଲମ ଅଞ୍ଚଳର ବାସିନ୍ଦା କମଲ ସୋମାନୀଙ୍କ କରୋଲବାଗରେ ଏକ ବଡ଼ ପୋଷାକ ଦୋକାନ ଥିଲା। ତାଙ୍କ ଉପରେ ୨୩ ଲକ୍ଷ ଟଙ୍କାର ଋଣ ଥିଲା ଯାହା ଏବେ ବଢି ପ୍ରାୟ ୫୦ଲକ୍ଷ ହୋଇଗଲାଣି। ବ୍ୟାଙ୍କ ଋଣ କିପରି ପରିଶୋଧ କରିହେବ ସେଥିପାଇଁ  କମଲ ସୋମାନୀ ତାଙ୍କ ଦୋକାନରେ କାମ କରୁଥିବା  ଓଡ଼ିଶାର ୩୦ ବର୍ଷୀୟ ବାସିନ୍ଦା ଅଂଶୁଲଙ୍କ ନାମରେ ୫୦  ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରିଥିଲେ ଏବଂ ବୀମା ପଇସାକୁ ପାଇବା ପାଇଁ ଅଂଶୁଲଙ୍କୁ ମୃତ ବୋଲି ଘୋଷଣା କରିବା ପାଇଁ ତାଙ୍କ ନାମରେ ଏକ ଷ୍ଟାଚୁର ଅନ୍ତିମ ସଂସ୍କାର କରିବାକୁ ଯୋଜନା କରିଥିଲେ । 

ଆହୁରି ପଢନ୍ତୁ: Dharmendra Pradhan and Sambalpur Collector: ଆମ ଜିଲ୍ଲାପାଳ ଆଖୁଚାଷୀଙ୍କ ପୁଅ, କାହାକୁ ଏମିତି କହିଲେ ଧର୍ମେନ୍ଦ୍ର

ପ୍ରତିକ୍ରିୟାରେ କଣ କହିଥିଲେ କମଲ

ପୋଲିସ କମଲ ସୋନାନିଙ୍କୁ ହେପାଜତକୁ ନେବା ପରେ ତାଙ୍କୁ ପଚରାଉଚରା କରିଥିଲେ। ପଚରାଉଚରା କରିବା ସମୟରେ କମଲ ସବୁକଥା ସତ ମାନିବା ସହ ଏହି ଚକ୍ରାନ୍ତରେ ତାଙ୍କ ବନ୍ଧୁ ଆଶିଷ ଖୁରାନାଙ୍କ କୌଣସି ସଂପୃକ୍ତି ନାହିଁ ବୋଲି କହିଥିଲେ। ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି ଏବଂ ପରିବାରରେ ଶେଷକୃତ୍ୟ କରିବା ପାଇଁ କେହି ନାହାଁନ୍ତି ବେଲି କମଲ ଆଶିଷଙ୍କୁ କହିଥିଲେ। କମଲଙ୍କ କଥାରେ ଆଶିଷ ବିଶ୍ୱାସ କରି ଅନ୍ତିମ ସଂସ୍କାରରେ ସାହାଯ୍ୟ କରିବା ପାଇଁ ତାଙ୍କ ଗାଡ଼ି ଚଳାଇଥିଲେ। ପୁରା ଘଟଣା ଜାଣିବା ପରେ ପୋଲିସ ଏବେ କମଲ ସୋମାନୀଙ୍କୁ ହେପାଜତକୁ ନେଇ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।