ଭୁବନେଶ୍ୱର: ଏବେ ରାଜ୍ୟରେ ଏସଟିଏଫ(ସ୍ପେଶାଲ ଟାସ୍କଫୋର୍ସ) ଲଗାତାର ଚଢ଼ାଉ କରୁଛି | ବିଶେଷ କରି ଗଞ୍ଜେଇ ଓ ବ୍ରାଉନ୍ସୁଗାର ଚାଲାଣରେ ସମ୍ପୃକ୍ତ ନିଶା ବେପାରୀଙ୍କୁ ଗିରଫ କରାଯାଉଛି | ସେମାନଙ୍କ ପାଖରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ବି ଜବତ କରାଯାଉଛି | ତେବେ ଏସଟିଏଫ କବଳରୁ କିନ୍ତୁ ଅନ୍ୟ ମାଦକ ଦ୍ରବ୍ୟ ଯେମିତିକି ସିଗାରେଟ, ମଦ ଓ ଗୁଟଖା ମାଫିଆମାନେ ବର୍ତ୍ତିଯାଉଛନ୍ତି | ଏସଟିଏଫ ଗଞ୍ଜେଇ ଓ ବ୍ରାଉନ୍ସୁଗାର ଚାଲାଣରେ ସମ୍ପୃକ୍ତ ନିଶା ବେପାରୀଙ୍କ ଉପରେ ଯେମିତି ଆକ୍ସନ ନେଉଛି ସେମିତି ଆକ୍ସନ କିନ୍ତୁ ସିଗାରେଟ, ମଦ ଓ ଗୁଟଖା ମାଫିଆଙ୍କ ବିରୋଧରେ ହେଉନାହିଁ |
ଉଲ୍ଲେଖ ଥାଉ କି ସରକାରଙ୍କ ନିର୍ଦ୍ଦେଶ ପରେ ଆନ୍ତଃରାଜ୍ୟ ନିଶା ବେପାର ନେଇ ଏସଟିଏଫ ଆକ୍ସନ ମୋଡ୍ରେ ଆସିଛି। ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ)ନିଶା ବେପାର ଉପରେ କଡ଼ା ନଜର ରଖିଛି। ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ କାରବାର ନେଇ ରାଜ୍ୟ ବାହାର ପୁଲିସ ସହ ଯୋଗାଯୋଗରେ ଏସଟିଏଫ ରହିଛି | ଡିଜିପି ଓ ଡିଜିପି କ୍ରାଇମଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ଅପରେସନ ଆରମ୍ଭ ହୋଇଛି । ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ପକ୍ଷରୁ ବିଭିନ୍ନ ଅଞ୍ଚଳରେ କଡ଼ା ନଜର ରଖାଯାଇଛି। ବିଭିନ୍ନ ଖଟି, ଦୋକାନ, ବସ୍ତିରେ ସାଦା ପୋଷାକଧାରୀ ପୁଲିସଙ୍କୁ ମୁତୟନ କରାଯାଇଛି। ରାଜ୍ୟରେ ଦେଖା ଯାଉଥିବା ହାଇପ୍ରୋଫାଇଲ ନିଶା ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ ଉପରେ ଫୋକସ କରାଯାଉଛି । ଏହି ମଣିଷମରା ନିଶା କାରବାରର ମାଷ୍ଟର ମାଇଣ୍ଡଙ୍କୁ ବାନ୍ଧିବା ଓ ଏମାନଙ୍କ ଏଜେଣ୍ଟଙ୍କୁ ବାନ୍ଧି ଜେଲ୍ ପଠାଇବାକୁ ଯୋଜନା କରାଯାଇଛି। ଆଉ ଏଥିପାଇଁ ଏନସିବି, ଡିଆରଆଇ ସହ ଯୋଗାଯୋଗରେ ରାଜ୍ୟ ଏସଟିଏଫ ରହିଛି |
ବଡ କଥା ଯେ ଗତ ଅଗଷ୍ଟ ୧ ରୁ ରାଜ୍ୟ ପୁଲିସ ପକ୍ଷରୁ ଅପରେସନ ଗରୁଡ ନାମରେ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା | ଆଉ ଏହି ଚଢ଼ାଉ ସମୟରେ ୩୦୩୦.୩୫ କିଲୋଗ୍ରାମ ଗଞ୍ଜେଇ ଏବଂ ୬୬୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/17/new-project-21-2025-08-17-17-24-53.jpg)