କାହା ପାଇଁ ବିପତ୍ତି ତ କାହା ପାଇଁ ସମ୍ପତ୍ତି | ବନ୍ୟାର ଦୁର୍ଦ୍ଦଶାରେ କିଏ ଛଟପଟ ହେଉଛି ତ କିଏ ପୁଣି ଚାତକ ଭଳି ବର୍ଷାକୁ ଅନାଇ ବସିଛି | ଗୋଟିଏ ପଟେ ପାଣି ବିନା କିଛି ସ୍ଥାନରେ ଜମି ଫାଟି ଆଁ କରିଥିବାବେଳେ କିଛି ସ୍ଥାନରେ ବନ୍ୟା ସ୍ଥିତି ଲୋକଙ୍କ ଆଖିରୁ ନିଦ ଛଡାଇନେଇଛି | ୧୦ ଦିନ ତଳେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଭଳି ଜିଲ୍ଲାରେ ବର୍ଷା ଅଭାବରୁ ଜମି ଫାଟି ଆଁ କରିଥିବାବେଳେ ବର୍ଷା ହୋଇନଥିବା ଯୋଗୁଁ ଜୁନ-ଜୁଲାଇ ମାସରେ ସେଠାକାର ଚାଷୀମାନେ ତଳି ଉପାଡ଼ି ନପାରି ରୁଆ ଏବଂ ବେଉଷାଣି କାମ ସଠିକ ସମୟରେ କରିପାରିନଥିଲେ |
ଅନ୍ୟପଟେ କିନ୍ତୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସିଥିଲା | ଏହା ଅନେକ ଲୋକଙ୍କୁ ପ୍ରଭାବିତ କରିଥିବାବେଳେ ବାହ୍ୟ ଜଗତରୁ ବିଛିନ୍ନ କରିଦେଇଥିଲା | କେତେବେଳେ ପାଣି ଚାଷୀ ପାଇଁ ସମ୍ପତ୍ତି ଭଳି ନିହାତି ଆବଶ୍ୟକ ହୋଇପଡୁଥିବାବେଳେ କେତେବେଳେ ପୁଣି ଅତ୍ୟଧିକ ପାଣି ଲୋକଙ୍କ ପାଇଁ ବିପତ୍ତିର କାରଣ ସାଜୁଛି |
ବର୍ତ୍ତମାନ ବାଲେଶ୍ୱର, ଯାଜପୁର ଓ ଭଦ୍ରକରେ ବନ୍ୟା ଲୋକଙ୍କ ଆଖିରୁ ନିଦ ଛଡାଇନେଇଥିବାବେଳେ ଗାଁ ଗାଁରେ ପାଣି ପଶିଛି | କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ବାହ୍ୟ ଜଗତରୁ ବିଛିନ୍ନ ହେବାକୁ ପଡିଛି | ଓଡିଶାର କିଛି ଜିଲ୍ଲା ପାଣିରେ ଉବୁଟୁବୁ ହେଉଥିବାବେଳେ କିଛି ଜିଲ୍ଲାରେ କମ ବର୍ଷା ହୋଇଥିବାରୁ କେମିତି ହେବ ଚାଷ ତାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ | କାରଣ ବର୍ଷା ଠିକ ଭାବେ ନ ହେଲେ ତଳିରୁଆଠାରୁ ଆରମ୍ଭ କରି ବେଉଷଣ ସବୁ ଠପ ହୋଇଯିବ | ଆଉ ଠିକରେ ବର୍ଷା ନ ହେଲେ ଚାଷୀର ବର୍ଷକର ପରିଶ୍ରମ ବୃଥାରେ ଯିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/27/new-project-1-2025-07-27-22-27-35.jpg)