ଦିଲ୍ଲୀରେ ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧରେ ସଂଘର୍ଷ; ପୁଲିସ କର୍ମଚାରୀ ନିହତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପରିପ୍ରେକ୍ଷୀରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରି ଦିଆ ଯାଇଛି। ତେବେ, ରାଷ୍ଟ୍ରପତି ଟ୍ରମ୍ପ ଦିଲ୍ଲୀରେ ପହଞ୍ଚିବା ପାଇଁ ଆଉ ଅଳ୍ପ କେତେ ଘଣ୍ଟା ବାକି ରହିଥିବା ବେଳେ ଦିଲ୍ଲୀର ବାତାବରଣ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି।
ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧୀ ଆନ୍ଦୋଳନକାରୀ ଓ ସପକ୍ଷବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ରତନ ଲାଲ ନାମକ ଜନୈକ ପୁଲସ୍‌ ହେଡ୍‌ କନେଷ୍ଟବଲ ମୃତ୍ୟୁବରଣ କରିଛନ୍ତି। ସେ ଦିଲ୍ଲୀର ଗୋକାଲପୁରୀ ଏସିପିଙ୍କ କାର୍ଯ୍ୟାଳୟରେ ମୁତୟନ ଥିଲେ। ଏହି ଘଟଣାପରେ ସମଗ୍ର ମୌଜପୁର ଥାନା ଅଞ୍ଚଳରେ ୧୪୪ ଧାରା ଲଗାଇ ଦିଆଯାଇଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଆଜି ସକାଳେ ଦିଲ୍ଲୀର ଦିଲ୍ଲୀର ମୌଜପୁର ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧୀ ଆନ୍ଦୋଳନକାରୀ ଓ ସପକ୍ଷବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ପରସ୍ପର ପରସ୍ପର ଉପରକୁ ଟେକା ପଥର ମାଡ଼ କରିବା ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇ ପଡ଼ିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲସ୍‌ ହେଡ୍‌ କନେଷ୍ଟବଲ ରତନ ଲାଲ ଫୋର୍ସ ସହ ଘଟଣାସ୍ଥଳକୁ ଯାଇଥିବା ବେଳେ ବିକ୍ଷୋଭକାରୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପୁଲସ୍‌ ହେଡ୍‌ କନେଷ୍ଟବଲ ରତନ ଲାଲ ଗୁରୁତର ଭାବେ ଆହତ ହେବା ପରେ ମୃତ୍ୟୁବରଣ କରିଥିଲେ।

ଏହି ଆକ୍ରମଣରେ ଆହୁରି ବହୁ ପୁଲିସ୍ କର୍ମୀ ଆହତ ହୋଇଥିବା ବେଳେ ଶହାଦରାର ଡିଏସପି ଅମିତ ଶର୍ମା ମଧ୍ୟ  ଆହତ ହୋଇଛନ୍ତି । ତାଙ୍କୁ ପତପଡ଼ଗଞ୍ଜର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ସମ୍ବନ୍ଧିତ ଖବର