ଆପ୍‌ର ଅନଶନ: ୬ଷ୍ଠ ଦିନରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍‌ ଆଦମୀ ପାର୍ଟିର ଧାରଣା ଓ ଅନଶନରେ ସାମିଲ ହୋଇଥିବା ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମନୀଷ ସିସୋଦିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର କହିଛନ୍ତି, ଯେକୌଣସି ସମୟରେ ତାଙ୍କର ସ୍ଥିତି ଗମ୍ଭୀର ହୋଇପାରେ। ସିସୋଦିଆ ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟଙ୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସହିତ ଆଠ ଦିନ ହେବ ଧାରଣାରେ ବସଥିବା ବେଳେ ୬ ଦିନ ହେବ ଆମରଣ ଅନଶନରେ ସାମିଲ ହୋଇଥିଲେ।

ସିସୋଦିଆଙ୍କ ବ୍ୟତୀତ ଉପ-ରାଜ୍ୟପାଳଙ୍କ ନିବାସରେ ୭ ଦିନ ହେବ ଧାରଣାରେ ବସିଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ରବିବାର ମଧ୍ୟ ରାତ୍ରିରେ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ହସ୍ପିଟାଲ ପହଞ୍ଚିଛନ୍ତି। ତାଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଚାନକ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ଡାକ୍ତରଙ୍କ ଏକ ଟିମ ତାଙ୍କୁ ଏଲ୍‌ଏନ୍‌ଜେପି ହସ୍ପିଟାଲ ନିଆଯାଇଥିଲା। ଡାକ୍ତର କହିଛନ୍ତି, ମନ୍ତ୍ରୀଙ୍କୁ କିଛି ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ପଡ଼ିବ।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ନେଇ ଟୁଇଟରରେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର