ନୂଆଦିଲ୍ଲୀ: ଗୁରୁବାର ଦିନ ସକାଳୁ ଜଣେ ୨୯ ବର୍ଷୀୟ ଜିମ୍ ପ୍ରଶିକ୍ଷକଙ୍କୁ ହତ୍ୟା ଅଭିଯୋଗ ହୋଇଥିଲା। ଏବେ ସେହି ମାମଲାରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୁଲିସ୍‌। ଆଉ ମାତ୍ର କିଛି ଘଣ୍ଟା ପରେ ହୋଇଥାନ୍ତା ବାହାଘର। ହେଲେ ବାହାଘର ପୂର୍ବରୁ ହୋଇଗଲା ହତ୍ୟା। ତେବେ ଦୁଃଖର କଥା ହେଉଛି ଏହି ହତ୍ୟା ପଛରେ ପୁଅର ନିଜ ବାପାଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣା ସଂପର୍କରେ ଜାଣିବା ପରେ ଏବେ ଅଭିଯୁକ୍ତ ବାପାକୁ ଗିରଫ କରିସାରିଛି।

Advertisment

ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ପୁଅ ଗୌରଭ ପ୍ରତିଦିନ ବାପାଙ୍କୁ ଅପମାନିତ କରୁଥିବାରୁ ରାଗରେ ଆସି ବାପା ଏପରି କରିଛନ୍ତି। ଜିମ୍ ପ୍ରଶିକ୍ଷକ ଗୁରୁବାର ଦିନ ସକାଳେ ନିଜ ଦକ୍ଷିଣ ଦିଲ୍ଲୀସ୍ଥିତ ଘରେ ଥିବା ବେଳେ ତାଙ୍କ ମୁହଁ ଓ ଛାତିରେ ୧୫ ଥର ଛୁରୀ ଲଗାଇଥିବାର ଅଭିଯୋଗ ହୋଇଥିଲା। ଏହି ହତ୍ୟାକାଣ୍ଡରେ ପିତାଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ପୁଲିସ ତାଙ୍କ ନିଖୋଜ ପିତା ଖେଜିବା ଆରମ୍ଭ କରିଥିଲା।

ଏହି ଘଟଣା ଦକ୍ଷିଣ ଦିଲ୍ଲୀର ଦେବଲି ଏକ୍ସଟେନ୍ସନ୍ ଅଞ୍ଚଳରେ ଘଟିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏହି ଆକ୍ରମଣ ପରେ ସିଂଘଲଙ୍କ ପରିବାର ସଦସ୍ୟ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।