ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ନ କମିବା କାରଣରୁ ଦିଲ୍ଲୀ ସରକାର ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି। ନିକଟରେ ଏକ ଘୋଷଣା କରି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ କହିଛନ୍ତି, ‘ଇପିସିଏ ପକ୍ଷରୁ ସାର୍ବଜନିକ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା ହେବା ପରେ ସ୍କୁଲ୍ଗୁଡ଼ିକୁ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଗଲା।’
Photo Credit: Thinkstockତେବେ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହୋଇଥିବା ନୋଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦ୍ ଅଞ୍ଚଳରେ ଏପର୍ଯ୍ୟନ୍ତ ସେପରି କୌଣସି ଛୁଟି ଘୋଷଣା ହୋଇନାହିଁ। ସ୍କୁଲ୍ କର୍ତ୍ତୃପକ୍ଷ ଛୁଟି ଘୋଷଣା କରିବାରେ ବିଳମ୍ବ କରିବା ପରେ ଏହାକୁ ଅନେଇ ଅନେକ ଗବେଷକ ପ୍ରଶ୍ନ ଉଠାଇବା ପରେ ଛୁଟି ଘୋଷିତ ହୋଇଛି। ଗବେଷକମାନେ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀର ପରିବେଶ ଶିଶୁ ଓ ବୟସ୍କଙ୍କ ପାଇଁ ଖୁବ୍ ବିପଦପୂର୍ଣ୍ଣ।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଦୀପାବଳି ପାଳନ ପରେ ଦିଲ୍ଳୀର ବାୟୁ ପ୍ରଦୂଷଣ ମାତ୍ରା ଢେର୍ ବଢ଼ିଯାଇଛି। ଜାଣିବାକୁ ମିଳିଛି ଯେ ଗତ ୪ ବର୍ଷ ମଧ୍ୟରେ ଏ ବର୍ଷ ଦୀପାବଳୀରେ ପ୍ରଦୂଷଣ ୭୦ ପ୍ରତିଶତ ଅଧିକ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/visibility-hindustan-tuesday-morning-resulting-november-sanchit_6906d71a-4db2-11e8-a9dc-143d85bacf22.jpg)