ରାଉରକେଲା: ରାଉରକେଲାରୁ ନିୟମିତ ବିମାନସେବା, ରନୱେ ବିସ୍ତାର, ୪ସି ଲାଇସେନ୍ସ ପ୍ରଦାନ, ରାତ୍ରୀକାଳୀନ ଉଡାଣ ଆଦି ଦାବିକୁ ନେଇ ଆନ୍ଦୋଳନ ଜାରି ରହିଛି। କେତେବେଳେ କଂଗ୍ରେସ, ବିଜେଡି ତ ଅନ୍ୟକେତେବେଳେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନ ଆନ୍ଦୋଳନ କରୁଛନ୍ତି। ହେଲେ ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ରାଉରକେଲାରୁ ଭୁବନେଶ୍ବର ଓ ରାଉରକେଲାରୁ କୋଲାକାତା ବିମାନ ଯେତିକି ଦିନ ଉଡୁଛି, ତା’ଠୁ ଅଧିକ ଦିନ ବନ୍ଦ ରହୁଛି। ରାଉରକେଲାରୁ ଭୁବନେଶ୍ବର ସପ୍ତାହର ୬ ଦିନ ଉଡୁଥିଲା। ଏବେ ସପ୍ତାହକୁ ୩/୪ ଦିନ ଉଡୁଛି। କୋଲକାତାକୁ ବି ସମାନ ସମସ୍ୟା ଉପୁଜିଛି। ଦାବି ହାସଲ ପାଇଁ ଏବେ ଆନ୍ଦୋଳନକୁ ଜୋରଦାର କରିଛି ରାଉରକେଲା ଏୟାରପୋର୍ଟ ଡେଭଲପ୍‌ମେଣ୍ଟ ଆକ୍ସନ କମିଟି।

Advertisment

ବିମାନବନ୍ଦ ଆଗରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଜାରି ରହିଛି। ଆନ୍ଦୋଳନକୁ କଂଗ୍ରେସ, ବିଜେଡି, ସିଟୁ, ରାଉରକେଲା ଶ୍ରମିକ ସଂଘ (ଆର୍‌ଏସ୍‌ଏସ୍‌) ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନଗୁଡ଼ିକ ସମର୍ଥନ ଜଣାଇ ସାମିଲ ହେଉଛନ୍ତି। ଶନିବାର ଦାବି ହାସଲ ପାଇଁ  ଆକ୍ସନ କମିଟି ସହ ରାଜନୈତିକ ଦଳ, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତାଙ୍କୁ ନେଇ ମଶାଲ ଶୋଭାଯାତ୍ରା ବାହାରିବ। ଧାରଣାରେ ସାମିଲ ହୋଇ ଆନେନ୍ଦାଳନକୁ ସମର୍ଥନ ଜଣାଇଲେ ହେବ ନାହିଁ, ଦାବି ହାସଲ ପାଇଁ ଦଳମତ ନିର୍ବିଶେଷରେ ଲଢ଼େଇକୁ ଜୋରଦାର କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଅନୁରୂପ ଭାବେ ଆଜି ରାଉରକେଲା ଶ୍ରମିକ ସଂଘ (ଆର୍‌ଏସ୍‌ଏସ୍‌) ଆନ୍ଦୋଳନକୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ। ଆର୍‌ଏସ୍‌ଏସ୍‌ର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା କହିଛନ୍ତି। ରାଉରକେଲା ହେଉଛି ଓଡ଼ିଶାର ଶିଳ୍ପ ରାଜଧାନୀ। ରାଉରକେଲା ଇସ୍ପାତ କାରଖାନା ସମେତ ଅନେକ ଛୋଟବଡ଼ କାରଖାନା, ଏନ୍‌ଆଇଟି ଭଳି ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ରହିଛି। ଉପଯୁକ୍ତ ବିମାନସେବା ନଥିବାରୁ ୭ ଲକ୍ଷରୁ ଅଧିକ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖିନ ହେବା ସହିତ ବାଣିଜ୍ୟ ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ମେଡିକାଲକୁ ବାହାରୁ ନିୟମିତ ବିମାନ ସେବା ନଥିବାରୁ ଭଲ ଡ଼ାକ୍ତର ମଧ୍ୟ ଆସୁନାହାନ୍ତି।

ବିମାନବନ୍ଦ ଆଗରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଜାରି ରହିଛି। ଆନ୍ଦୋଳନକୁ କଂଗ୍ରେସ, ବିଜେଡି, ସିଟୁ, ରାଉରକେଲା ଶ୍ରମିକ ସଂଘ (ଆର୍‌ଏସ୍‌ଏସ୍‌) ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନଗୁଡ଼ିକ ସମର୍ଥନ ଜଣାଇ ସାମିଲ ହେଉଛନ୍ତି। ଶନିବାର ଦାବି ହାସଲ ପାଇଁ  ଆକ୍ସନ କମିଟି ସହ ରାଜନୈତିକ ଦଳ, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତାଙ୍କୁ ନେଇ ମଶାଲ ଶୋଭାଯାତ୍ରା ବାହାରିବ। ଧାରଣାରେ ସାମିଲ ହୋଇ ଆନେନ୍ଦାଳନକୁ ସମର୍ଥନ ଜଣାଇଲେ ହେବ ନାହିଁ, ଦାବି ହାସଲ ପାଇଁ ଦଳମତ ନିର୍ବିଶେଷରେ ଲଢ଼େଇକୁ ଜୋରଦାର କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଅନୁରୂପ ଭାବେ ଆଜି ରାଉରକେଲା ଶ୍ରମିକ ସଂଘ (ଆର୍‌ଏସ୍‌ଏସ୍‌) ଆନ୍ଦୋଳନକୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ। ଆର୍‌ଏସ୍‌ଏସ୍‌ର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା କହିଛନ୍ତି। ରାଉରକେଲା ହେଉଛି ଓଡ଼ିଶାର ଶିଳ୍ପ ରାଜଧାନୀ। ରାଉରକେଲା ଇସ୍ପାତ କାରଖାନା ସମେତ ଅନେକ ଛୋଟବଡ଼ କାରଖାନା, ଏନ୍‌ଆଇଟି ଭଳି ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ରହିଛି। ଉପଯୁକ୍ତ ବିମାନସେବା ନଥିବାରୁ ୭ ଲକ୍ଷରୁ ଅଧିକ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖିନ ହେବା ସହିତ ବାଣିଜ୍ୟ ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ମେଡିକାଲକୁ ବାହାରୁ ନିୟମିତ ବିମାନ ସେବା ନଥିବାରୁ ଭଲ ଡ଼ାକ୍ତର ମଧ୍ୟ ଆସୁନାହାନ୍ତି। ତେଣୁ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିମାନ ସେବାକୁ ସୁବ୍ୟବସ୍ଥିତ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଶ୍ରମିକ ସଂଘର ଉପସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମହାପାତ୍ର, ବରିଷ୍ଠ ଉପସଭାପତି ଅକ୍ଷୟ ଜେନା, ନିହାର ଦାସ, ବୀରକିଶୋର ଶେଖରଦେଓ, ସୁରେଶ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଦତ୍ତ, ରଘୁନାଥ ଭୁକ୍ତା, ରମାକାନ୍ତ ପରିଡା, ଅଶୋକ କୁମାର ରାଉତ,ସତ୍ୟ ସାହୁ , ବିଶ୍ବ ମୋହନ ପୁହାଣ,ବିକାଶ ବେହୁରିଆ, ସୌମ୍ୟରଞ୍ଜନ ଧଳ, ପଦ୍ମାଳୟା ଧର, ପ୍ରମୁଖ ଉପସ୍ଥିତ ଥିଲେ।