ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଜାତଳା ବିଇଓ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ଭି(ଏ) ସଙ୍ଗଠନ, ବ୍ଲକ ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଙ୍ଗଠନ ତରଫରୁ ବିଇଓ ନେପାଳ ମୁଣ୍ଡାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛିl ଦାବିରେ ପ୍ରାଥମିକ ଶିକ୍ଷକ ଭି(ଏ)ବର୍ଗକୁ ମୂଳ ଗ୍ରେଡ଼ ପେ ୪୨୦୦ଟଙ୍କା ପ୍ରଦାନ ରହିଛି l କାର୍ଯ୍ୟକ୍ରମରେ ସ୍ଥାନୀୟ ବିଇଓ ଶ୍ରୀଯୁକ୍ତ ମୁଣ୍ଡାଙ୍କ ସମେତ କୁସୁମୀ ବ୍ଲକ ବିଇଓ କପିଳେନ୍ଦ୍ର ଦାସ ଓ ରରୁଆଁ ବ୍ଲକ ବିଇଓ ସୁରେଶ ଚନ୍ଦ୍ର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ସଭାରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ଭି(ଏ)ସଙ୍ଗଠନର କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା l
Advertisment

ସଙ୍ଗଠନ ତରଫରୁ ବିଇଓ ନେପାଳ ମୁଣ୍ଡାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛିl ଦାବିରେ ପ୍ରାଥମିକ ଶିକ୍ଷକ ଭି(ଏ)ବର୍ଗକୁ ମୂଳ ଗ୍ରେଡ଼ ପେ ୪୨୦୦ଟଙ୍କା ପ୍ରଦାନ ରହିଛି l

ସରକାର ଏହି ଏକ ମାତ୍ର ନ୍ୟାର୍ଯ୍ୟ ଦାବି ନମାନିଲେ ସଙ୍ଗଠନ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶିକ୍ଷକ ସଂଗଠକ ମାନେ ଦୃଢ଼ ମତ ଉପସ୍ଥାପନ କରିଥିଲେ l ସଙ୍ଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା l ଶିକ୍ଷକ ଭବାନୀ ଶଙ୍କର ଗିରି,ଚନ୍ଦ୍ରକାନ୍ତ ପଣ୍ଡା,ଦିବ୍ୟଲୋଚନ ଗିରି, ରାଧା ମୋହନ ନାଏକ, ନିରଞ୍ଜନ ଗିରି, ରଜନୀକାନ୍ତ ମହାନ୍ତି, ଲକ୍ଷ୍ମୀଧର ମହାନ୍ତ,ଶିବ ମହାନ୍ତ, ବିମଳ ଜେନା,ବିଶ୍ୱରଂଜନ ପ୍ରତିହାରୀ,ଅଜୟ ଗିରି,କସ୍ତୁରୀ ମହାନ୍ତ, ବିଜୟାଲକ୍ଷ୍ମୀ ପ୍ରଧାନ,ପ୍ରଭାସିନୀ ଗିରି ଓ ସୁପ୍ରଭା ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେl ବ୍ଲକରେ କାର୍ଯ୍ୟରତ ଏହି ବର୍ଗର ବହୁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l