ଲାଠିକଟା: ଦିନଥିଲା, ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ସବୁଠି ଲାଗୁଥିଲା ମୃଣ୍ମୟ ବା ମାଟି ତିଆରି ବିଭିନ୍ନ ସାମଗ୍ରୀ। ପୂଜାପାର୍ବଣଠାରୁ ଆରମ୍ଭକରି ଗୃହର ବିଭିନ୍ନ କର୍ମକାର୍ଯ୍ୟରେ ରହିଥିଲା ଏହାର ଆବଶ୍ୟକତା। କିନ୍ତୁ ସମୟ ବଦଳିବା ସହିତ ବଦଳି ଯାଇଛି ଦୁନିଆର ରୀତିନୀତି। ଏବେ ସହରଠାରୁ ଗାଁ ପର୍ଯ୍ୟନ୍ତ ପ୍ଲାଷ୍ଟିକ୍‌, ଷ୍ଟିଲ୍‌ ଓ ଆଲୁମିନିୟମ୍‌ ଭଳି ଦୀର୍ଘସ୍ଥାୟୀ ସାମଗ୍ରୀର ଚାହିଦା ବଢ଼ିବା ସାଙ୍ଗକୁ ମାଟି ସାମଗ୍ରୀର ବ୍ୟବହାର କମିକମି ଯାଉଛି। ଅନ୍ୟପକ୍ଷରେ ପ୍ଲାଷ୍ଟିକ୍‌ ଓ ଧାତୁନିର୍ମିତ ସାମଗ୍ରୀର ମୂଲ୍ୟ କମ୍‌ ରହିବା ବି ସେଗୁଡ଼ିକର ଚାହିଦା ବମିବାର ଅନ୍ୟତମ ପ୍ରମୁଖ କାରଣ। ସେଥିପାଇଁ ପୂର୍ବରୁ ହାଣ୍ଡିଶାଳଠାରୁ ଆରମ୍ଭକରି ପୂଜାଘର ପର୍ଯ୍ୟନ୍ତ ବ୍ୟବହାର ହେଉଥିବା ମୃତ୍‌ପାତ୍ରର ସ୍ଥାନ ନେଲାଣି ବିକଳ୍ପ ସାମଗ୍ରୀ।

Advertisment

ବଲାଣି ଗଦିର ବରିଷ୍ଠ ସଦସ୍ୟ ତଥା ଗର୍ଜନ ଗ୍ରାମର ବାସିନ୍ଦା ଦଶରଥ ରଣାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ, ‘ପୂର୍ବପରି ମାଟି ଓ କାଠ ଆଉ ମିଳୁନାହିଁ। କାଠର ଆକାଶଛୁଆଁ ମୂଲ୍ୟ ସହିତ ପରିଶ୍ରମ ତୁଳନାରେ ମାଟିପାତ୍ର ବିକ୍ରିରୁ ଫାଇଦା ହେଉନାହିଁ। ତେଣୁ କୁମ୍ଭକାରମାନେ ବିକଳ୍ପ ପନ୍ଥା ବାଛିବାକୁ ବାଧ୍ୟ ହେଉଛନ୍ତି। ଏହାଛଡ଼ା ସରକାରଙ୍କ ପକ୍ଷରୁ ସେପରି କୌଣସି ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଉନି। ସେଥିପାଇଁ ବୃତ୍ତିର ଚାହିଦା କମିକମି ଯାଉଛି।’ ଲାଠିକଟା ବ୍ଲକ୍‌ ବଲାଣି ଗ୍ରାମର କୃଷ୍ଣଚନ୍ଦ୍ର ରଣା, ଖଗେଶ୍ବର ରଣା ପ୍ରମୁଖ ନିଜର ସମସ୍ୟା ସଂପର୍କରେ କହିବା ସହ ସରକାର କୁମ୍ଭକାରଙ୍କୁ ଭତ୍ତା ପ୍ରଦାନକଲେ ଏହି ବୃତ୍ତି ବଞ୍ଚିପାରିବ ବୋଲି କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଲାଠିକଟା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ବସବାସ କରୁଥିବା କୁମ୍ଭକାର ପରିବାର ନିଜର କୌଳିକବୃତ୍ତି ଛାଡ଼ି ବିକଳ୍ପ ଜୀବିକା ସନ୍ଧାନରେ। ଏବେ କେବଳ ବିବାହ, ବ୍ରତଘର, ମୃତାହ କାର୍ଯ୍ୟ ତଥା ଦୀପାବଳୀ ଓ ପଣା ସଂକ୍ରାନ୍ତି ସମୟରେ ମାଟିସାମଗ୍ରୀକୁ ଆଜିକାଲି ଲୋଡ଼ା ଯାଉଛି। ତେବେ ମାଟି ସାମଗ୍ରୀ ଉତ୍ପାଦନରେ ବର୍ତ୍ତମାନ ବାଦକ ହେଲାଣି ଓ ମାଟି ଓ ଜାଳ।