ବରଗଡ଼: ଆଜି ସକାଳୁ ବରଗଡ଼ରେ ପୁଣି ବୁଲିଲା ବୁଲ୍ଡୋଜର। ଲେଙ୍ଗୁ ମିଶ୍ର ଛକଠାରୁ ଜୀରା ବ୍ରିଜ ଭିତରେ ସରକାରୀ ଜମିରେ ଯେଉଁମାନେ ଘର କରିଛନ୍ତି ସେସବୁକୁ ଜବରଦଖଲମୁକ୍ତ କରାଯିବ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ବୁଲଡୋଜର ସହାୟତାରେ ଘର ଓ ଦୋକାନ ବଜାର ଭଙ୍ଗା ଯାଉଛି। କିଛି ଦିନ ଆଗରୁ ପୌରପାଳିକା ପୁଲିସ ଉପସ୍ଥିତିରେ ଘର ଚିହ୍ନଟ କରି ମାପଚୁପ କରିଥିଲା । ଆଉ ଆଜିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଲିସ ଓ ମାଜିଷ୍ଟ୍ରେଟ ଉପସ୍ଥିତିରେ ଘର ଭଙ୍ଗା ଯାଉଛି। ଏଥିଲାଗି ୧୨୦ ଜଣ ପୁଲିସ ମୁତୟନ ହୋଇଛନ୍ତି ।
ଆଜି ସକାଳୁ ବରଗଡ଼ରେ ପୁଣି ବୁଲିଲା ବୁଲ୍ଡୋଜର। ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ପର୍ଯ୍ୟନ୍ତ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ପ୍ରଶାସନ ଅଞ୍ଚଳକୁ ସିଲ୍ କରିବା ସହିତ ୧୬୩ ଧାରା ଜାରି କରିଛି । ଏଥିଲାଗି ୧୨୦ ଜଣ ପୁଲିସ ମୁତୟନ ହୋଇଛନ୍ତି । ଏଣେ ମାଜିଷ୍ଟ୍ରେଟ ଓ ପୌରପରିଷଦ ଅଧିକାରୀ ମଧ୍ୟ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ରହିଛନ୍ତି । ଆଜି ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।
ଏଣେ ମାଜିଷ୍ଟ୍ରେଟ ଓ ପୌରପରିଷଦ ଅଧିକାରୀ ମଧ୍ୟ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ରହିଛନ୍ତି । ଆଜି ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଅନେକ ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶୁଛି।
ସୂଚନାଯୋଗ୍ୟ ଯେ, ଲେଙ୍ଗୁ ମିଶ୍ର ଛକଠାରୁ ଜୀରା ବ୍ରିଜ ଭିତରେ ବହୁ ବଡବଡ ବ୍ୟବସାୟୀ ଜବରଦଖଲ କରି ଘର ଓ ଦୋକାନବଜାର କରିଛନ୍ତି । ପୂର୍ବରୁ ପୌରପାଳିକାର ଉଚ୍ଛେଦ ପାଇଁ ପଦକ୍ଷେପ ନେବାରୁ କିଛି ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ହାଇକୋର୍ଟରୁ ଷ୍ଟେ ଅର୍ଡର ଆସିବା ପରେ ଜବରଦଖଲ ଉଚ୍ଛେଦ ବନ୍ଦ ହୋଇଯାଇଥିଲା । ପରବର୍ତ୍ତି ସମୟରେ ହାଇକୋର୍ଟ ରାୟ ଆସିଥିଲା । ଏହାପରେ ପୁଣି ପୌରପାଳିକା ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା । କିନ୍ତୁ ତାହାବି ଅଧାରୁ ଅଟକିଥିଲା । ଏବେ ଲୋକଙ୍କ ଦାବି ପରେ ପୌରପାଳିକା ତତ୍ପର ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସବୁ ପଦକ୍ଷେପ ନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଏଥର ପ୍ରଥମ କରି ସରକାରୀ ଜମିରେ ଘର ଥିବା ବ୍ୟକ୍ତିଙ୍କୁ ନୋଟିସ ଦିଆଯାଇଥିଲା । ସେମାନଙ୍କ ଭିତରୁ ପୁଣି କେତେ ଜଣ ହାଇକୋର୍ଟକୁ ଯାଇଥିଲେ । ଏସବୁ ଭିତରେ ବରଗଡର ବିଭିନ୍ନ ସଂଗଠନ ସମବେତ ହୋଇ ଜବରଦଖଲ ଉଚ୍ଛେଦ ନେଇ ଆଲୋଚନା କରିଥିଲେ । ଏଥର ଉଚ୍ଛେଦ ନହେଲେ ବରଗଡ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଦାବିପତ୍ର ପୌରପାଳିକା ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏଣୁ ଏଥର ଜବରଦଖଲ ଉଚ୍ଛେଦ ରେ ତପ୍ତରତା ଦେଖାଦେଇଛି।
ଅନ୍ୟପଟେ ବରଗଡ ସହରର ବହୁ ଜଳାଶୟକୁ କିଛି ଲୋକ କବଜା କଲେଣି । ଜଳାଶୟ ପୋତି ଜମି ଅକ୍ତିଆର କରିଛନ୍ତି । ସବୁ ଜଳାଶୟ ଜମି ବି ଧିରେ ଧିରେ କମିବାରେ ଲାଗିଛି । ସେହିପରି ଜୀରା ନଦୀ କଡରେ ମଧ୍ୟ ଜବରଦଖଲ ହୋଇଛି । ଏସବୁ ଦିଗରେ ଜିଲ୍ଲା ପ୍ରଶାସନ ଓ ପୌରପାଳିକା କେବେ ପଦକ୍ଷେପ ନେବ ତାକୁ ସମସ୍ତଙ୍କ ନଜର ରହିଛି ।