ଭୁବନେଶ୍ୱର: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ନୀତି ବିକାଶ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାଲେରୀ ଏନ୍. ଗୁଆନେରୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରି ରାଜ୍ୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବର୍ତ୍ତମାନ ଏବଂ ଭବିଷ୍ୟତ ସହଭାଗିତା ଆଲୋଚନା କରିଛନ୍ତି। ରାଜ୍ୟରେ ଖାଦ୍ୟ ନିରାପତ୍ତା ତଥା ପୁଷ୍ଟିହୀନତାର ହ୍ରାସ ପାଇଁ ରଣନୀତି ବିଷୟରେ ଆଲୋଚନା ନିମନ୍ତେ ତାଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ପାଇଁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅଧିକାରୀଙ୍କ ସହଯୋଗ ନିମନ୍ତେ ସେ କୃତଜ୍ଞତା ଜଣାଉଛନ୍ତି ବୋଲି ଶ୍ରୀମତୀ ଗୁଆନେରୀ ପ୍ରକାଶ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ରରେ ସହଯୋଗୀ ଅଭିବୃଦ୍ଧି ତଥା ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ସହିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବୈଷୟିକ ଜ୍ଞାନକୌଶଳ ଏବଂ ଯୋଜନାଯୁକ୍ତ ସମନ୍ୱୟକୁ ଆମେ ଗୁରୁତ୍ୱ ଦେଉଛୁ, ଯାହାକି ଓଡିଶାର ଅସୁରକ୍ଷିତ ସମ୍ପ୍ରଦାୟର ଖାଦ୍ୟ ନିରାପତ୍ତା ତଥା ଜୀବିକା ନିର୍ବାହ ପାଇଁ ସହାୟକ ହେବ। ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରିବାରେ ଶୀତଳ ଭଣ୍ଡାର କ୍ଷମତା ବୃଦ୍ଧି ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଶ୍ରୀମତୀ ଗୁଆନେରୀ ପ୍ରଶଂସା କରିଥିଲେ ଏବଂ ଏହି ପଦକ୍ଷେପ ଉପରେ ବିଭାଗକୁ ସହାୟତା କରିବାକୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
ଓଡିଶାର ଅସୁରକ୍ଷିତ ସମ୍ପ୍ରଦାୟର ଖାଦ୍ୟ ନିରାପତ୍ତା ତଥା ଜୀବିକା ନିର୍ବାହ ପାଇଁ ସହାୟକ ହେବ। ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରିବାରେ ଶୀତଳ ଭଣ୍ଡାର କ୍ଷମତା ବୃଦ୍ଧି ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଶ୍ରୀମତୀ ଗୁଆନେରୀ ପ୍ରଶଂସା କରିଛନ୍ତି।
ଶ୍ରୀମତୀ ଗୁଆନେରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଯେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସମନ୍ୱୟରେ ଆଜି Adaption for Resilience ନାମକ ଏକ ଆଞ୍ଚଳିକ ଅନୁକୂଳନ ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି, ଯାହା ମଧ୍ୟ ଓଡିଶାରେ କାର୍ଯ୍ୟକାରୀ ହେବ। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ କହିଛନ୍ତି ଯେ ବିଭାଗର ନୀତି ଏବଂ ଯୋଜନା ପ୍ରଣୟନ କରିବାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଉପସ୍ଥିତି ଏବଂ ସହଯୋଗ ପାଇଁ ଏହାର ଅବଦାନ ପ୍ରଶଂସନୀୟ। ଆମେ ଆଶା କରୁଛୁ ଯେ ଆଗାମୀ ବର୍ଷମାନଙ୍କରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟରେ କୃଷି-ଖାଦ୍ୟ ବ୍ୟବସ୍ଥା ଏବଂ ନୀତି ସମନ୍ୱୟ ପରିପ୍ରେକ୍ଷୀରେ ଏକ ଭବିଷ୍ୟତବାଦୀ ଏବଂ ସଠିକ୍ ଭାଗୀଦାରିର ସଫଳ ରୂପାୟନ ହେବ।
ଏହି ଖବର ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର କ୍ୟାବିନେଟ୍ର ଭେଟି
ଏହି ଆଲୋଚନାରେ ଅତିରିକ୍ତ ଶାସନ ସଚିବ ଶୁଭ୍ରାଂଶୁ ମିଶ୍ର ଏବଂ ଜଳବାୟୁ ଅନୁଶୀଳନ କକ୍ଷର ଅଧିକାରୀବୃନ୍ଦ ତଥା ଭାରତରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି, ଦେଶ ନିର୍ଦ୍ଦେଶକ ଏଲିଜାବେଥ୍ ଫୌରେ ଏବଂ ହିମାଂଶୁ ବଳ, ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ।