ରାଇରଙ୍ଗପୁର: ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ  ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରେହେଡ଼ାକୋଚା ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୧୩୦ ଲିଟର ଦେଶୀ ରନ୍ଧା ମଦ ଓ ୩୭୦୦ ଲିଟର ମହୁଲ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି ।

Advertisment

 ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଜବତ ପରେ ନିଆଁରେ ପୋଡିଦେଇଥିବା ସୂଚନା ମିଳିଛି। ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ସବର,ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି,ସହକାରୀ ଉପ-ନିରୀକ୍ଷକ ସୁଧାଂଶୁ ବେହେରା,କନେଷ୍ଟବଳ ଦିଲ୍ଲୀପ ଜେନା, ବିପ୍ଳବ କୁମାର ମଲ୍ଲିକ,ବୁଦ୍ଧଦେବ ମହାନ୍ତ, ତମନ ପରିଡ଼ା,ସଂଜୀବ ମହାପାତ୍ର,ରାଜେନ୍ଦ୍ର ସେନାପତି,ପ୍ରିୟଙ୍କା ମହାନ୍ତ ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ଗୋଟିଏ ମାମଲା ରୁଜ୍ଜୁ କରାଯାଇଛି ।