ବାଉଁଶୁଣି: ବୌଦ୍ଧ ବ୍ଲକ ବହିରା ଆଞ୍ଚଳିକ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ମହୋତ୍ସବର ବୁଧବାର ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଜୋନ ୪ର ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ବାଉଁଶୁଣି ନାଗରିକ କମିଟି ସଭାପତି ନାରାୟଣ ଦେହୁରୀ, ବୌଦ୍ଧ ପଞ୍ଚାୟତ ସମିତିର ପୂର୍ବ ଅଧ୍ୟକ୍ଷ ପୟୋଧର ମହାକୁଳ, ସହକାରୀ ଶିକ୍ଷକ ବିଶ୍ୱମୋହନ ନାଏକ, ସାମ୍ବାଦିକ ଆଶିଷ ଠାକୁର, ସୀତାକାନ୍ତ ସିଂହ, ଶରତ ମୁଦୁଲି, ସୁମନ୍ତ ମେହେର, ସମାଜସେବୀ ସତ୍ୟନାରାୟଣ ଷାଣ୍ଢ ପ୍ରମୁଖ ରାଜ ଅତିଥି ଭାବେ ଯୋଗ ଦେଇଥିଲେ।
କଂସ ମହାରାଜଙ୍କ ନଗର ପରିକ୍ରମା ପରେ ମଞ୍ଚରେ ପୁତନା ନିହତରେ କଂସ ମର୍ମାହତ ଓ ଧନଶ୍ରୀ ଓଷା ପାଇଁ ନାରଦଙ୍କ ପରାମର୍ଶ ନାଟକ ମଞ୍ଚସ୍ଥ ହୋଇଥିଲା। ମା କ୍ଷେତ୍ରପାଳିନୀ ରାମଲୀଳା ନାଟ୍ୟକଳା ସଂସଦର ଗଡଭିତରର କଳାକାରମାନେ ଏଥିରେ ଅଭିନୟ କରିଥିବା ବେଳେ କଂସ ଭୂମିକାରେ ସଂଗ୍ରାମ ଦେହୁରୀଙ୍କ ଅଭିନୟ ବେଶ ଚିତ୍ତାକର୍ଷକ ହୋଇଥିଲା। ଶିକୁ ମିଶ୍ର, ଅଶୋକ ବାଘ, ବିଶ୍ୱ ଦେହୁରୀ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ଦର୍ଶକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ମୀନାବଜାରର ମଧ୍ୟ ମଜା ଉଠାଇଥିଲେ।