ଚେନ୍ନାଇ: ଗତକାଲି ଋତୁରାଜ ଗାଏକ୍ବାଡ୍ଙ୍କ ଆହତ କାରଣରୁ ଚେନ୍ନାଇ ସୁପର୍ କିଙ୍ଗ୍ସର ନେତୃତ୍ବ ଭୂମିକାକୁ ଫେରିଥିଲେ ମହେନ୍ଦ୍ର ସିଂହ ଧୋନି। କିନ୍ତୁ ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସକୁ ଚଳିତ ଋତୁର ସର୍ବନିମ୍ନ ସ୍କୋର୍ ୧୦୩ରେ ରୋକିବା ସହ ଗତ ଥରର ବିଜେତା କୋଲକାତା ନାଇଟ୍ ରାଇଡର୍ସ ୮ ୱିକେଟ୍ ବ୍ୟବଧାନରେ ଜବରଦସ୍ତ ବିଜୟ ହାସଲ କରିଥିଲା । ସୁନିଲ ନାରାୟଣଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ (୩/୧୩ ଏବଂ ୧୮ ବଲ୍ରୁ ୪୪ ରନ୍) ବଳରେ ଚେନ୍ନାଇକୁ ଚେନ୍ନାଇ ମାଟିରେ ହରାଇ କୋଲକାତା ଷଷ୍ଠ ମ୍ୟାଚ୍ରୁ ତୃତୀୟ ବିଜୟ ହାସଲ କରିଥିଲା । ମହେନ୍ଦ୍ର ସିଂହ ଧୋନି ପରାଜୟର କାରଣ ଉଲ୍ଲେଖ କରି କହିଛନ୍ତି ଯେ ଦଳ ପର୍ଯ୍ୟାପ୍ତ ରନ୍ କରିପାରି ନଥିଲା । ଧୋନି କହିଥିଲେ, "ଗତ କିଛି ମ୍ୟାଚ୍ ଆମ ପାଇଁ ଭଲ ନଥିଲା। ଏହା ଆମ ପାଇଁ ଚ୍ୟାଲେଞ୍ଜିଂ ଥିଲା। ମୁଁ ଭାବୁଛି ଆମେ ପର୍ଯ୍ୟାପ୍ତ ରନ୍ କରିପାରିନାହୁଁ।
ଯେତେବେଳେ ଆପଣ ବହୁତ ୱିକେଟ୍ ହରାଇବେ ଚାପ ବଢ଼ିଯାଏ। ଆମର ଦଳ ଏକ ପାର୍ଟନରସିପ୍ ମଧ୍ୟ ଗଠନ କରିନଥିଲା। ଆମର ଓପନରମାନେ ଭଲ। ସେ ବହୁତ ଭଲ ସଟ୍ ଖେଳନ୍ତି। କିନ୍ତୁ ଏହି ଲାଇନଅପ୍ ସହିତ ୬୦ ରନ୍ ମଧ୍ୟ କରିବା କଷ୍ଟକର।" ଚେନ୍ନାଇର ଅଧିନାୟକ ଧୋନି କହିଛନ୍ତି ଯେ ଦଳରେ କୌଣସି ପାର୍ଟନରସିପ୍ ହୋଇନଥିଲା। ଏହା ତାଙ୍କ ପରାଜୟର ମୁଖ୍ୟ କାରଣ ଥିଲା। ଓପନର ରଚିନ୍ ରବିନ୍ଦ୍ର ୪ ରନ୍ କରିବା ପରେ ଆଉଟ୍ ହୋଇଥିଲେ ଏବଂ କନୱେ ୧୨ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ରାହୁଲ ତ୍ରିପାଠି ୧୬ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ବିଜୟ ଶଙ୍କର ୨୯ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଅଶ୍ୱିନ କେବଳ ୧ ରନ୍ କରିପାରିଥିଲେ। ରବିନ୍ଦ୍ର ଜାଡେଜା ଖାତା ମଧ୍ୟ ଖୋଲିପାରି ନଥିଲେ। ସିଏସକେର ଖରାପ ବ୍ୟାଟିଂ ଏହାର ପରାଜୟର କାରଣ ପାଲଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/04/08/173oXUFClzomieP4swHK.jpg)