ଭୁବନେଶ୍ବର: ବିଭିନ୍ନ ସମୟରେ ଓଡ଼ିଆ ଭାଷାରେ ବିଭିନ୍ନ ଶବ୍ଦକୁ ଶୀର୍ଷକରେ ରଖାଯାଇଛି। ଏଇ ଯେମିତି ସିନ୍ଦୂର, ଲଭ୍, ପ୍ରେମ ଇତ୍ୟାଦି। ଏବେ ସେହିଭଳି କେତେକ ଓଡ଼ିଆ ଛବିର ଟାଇଟଲରେ ‘ଡାଏରୀ’ ଶବ୍ଦକୁ ବ୍ୟବହାର କରାଯାଇଛି। ଏଭଳି ତିନିଟି ସିନେମା ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି।
ଦୀର୍ଘ ଦିନ ଧରି ନିର୍ମିତ ହେଉଥିବା ଏକ ଓଡ଼ିଆ ସନେମା ହେଲା ‘ଦି ମିଲେଟ୍ ଡାଏରୀ’। ଏଥରେ ନାୟକ ଭୂମିକାରେ ଅଭିଷେକ ପଣ୍ଡା ଓ ନାୟିକା ଭୂମିକାରେ ଅଛନ୍ତି ଶିବାନୀ। ଏଥିରେ ଶିବାନୀଙ୍କୁ ଜଣେ ବସ୍ତିର ଝିଅ ଭୂମିକାରେ ଦେଖିବାକୁ ପାଇବେ ସିନେପ୍ରେମୀ। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ପ୍ରଜ୍ଞା। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ୍ ଦାସ ଓ ସନ୍ତୁ ନଜେ ପ୍ରମୁଖ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ବାପୁ ଗୋସ୍ବାମୀ ଏହାର ସଂଳାପକାର। ରାଜେନ୍ଦ୍ର ମହାନ୍ତ ଏହି ସିନେମାର ନିର୍ଦ୍ଦେଶନା ଦେଉଥିବା ବେଳେ ଜ୍ୟୋତିରଂଜନ ମହାନ୍ତି ଏହାର ପ୍ରଯୋଜକ। ମାଣ୍ଡିଆ ଖାଦ୍ୟ ଉପରେ ଏହାର କାହାଣୀ ଆଧାରିତ।
ଲଗ୍ନା ସ୍ବାଇଁ ଓ ସମ୍ବିତ ବାରିକଙ୍କ ପ୍ରଯୋଜନାରେ ନିର୍ମିତ ହେଉଛି ନୂଆ ଓଡ଼ିଆ ଛବି ‘ସ୍କୁଲ୍ ଡାଏରୀ’। ଏହା ଏକ ଟିନ୍ ଏଜ୍ ଲଭଷ୍ଟୋରି। ଏଥିରେ ନବାଗତ ପ୍ରେମ, ଅକ୍ଷିତା, ଦିବ୍ୟା, ଚୌଧୁରୀ ଜୟପ୍ରକାଶ ଦାସ, ସସ୍ମିତା ପ୍ରଧାନ ଓ ରବି ମିଶ୍ର ପ୍ରମୁଖ ଅଭିନୟ କରୁଛନ୍ତି।ବେଶ କେତୋଟି ଓଡ଼ିଆ ଛବିରେ ସହକାରୀ ଓ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ସମ୍ବିତ ବାରିକ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ବରିଷ୍ଠ ସଂଳାପକାର ଡକ୍ଟର ରଜନୀରଞ୍ଜନ ଏହାର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ପ୍ରଶାନ୍ତ ପାଢ଼ୀ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ତେଣେ ପ୍ରମୋଦ ସ୍ୱାଇଁ ‘ମଙ୍ଗଳପୁର ଡାଏରୀ’ ଶୀର୍ଷକରେ ଏକ ଓଡ଼ିଆ ଛବି ନିର୍ମାଣ କରୁଛନ୍ତି। ଓଲିଉଡର ଅନ୍ୟତମ ସଫଳ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଏଥିରେ ପୁଣି ଥରେ ନଜର ଆସିବେ ଅମ୍ଳାନ-ତୃପ୍ତି ମୀରାମ୍ବିକା ଯୋଡ଼ି। ଅମିତ କୁମାର ଦାଶ ଓ ପ୍ରଣବ ପ୍ରସନ୍ନ ରଥ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। ସୋମେଶ ଶତପଥୀ ଏଥିରେ ସଙ୍ଗୀତ ଦେଇଛନ୍ତି। ‘ମଙ୍ଗଳପୁର ଡାଏରୀ’ର ସୁଟିଂ ଚାଲିଛି।
ତେଣେ ଲଗ୍ନା ସ୍ବାଇଁ ଓ ସମ୍ବିତ ବାରିକଙ୍କ ପ୍ରଯୋଜନାରେ ନିର୍ମିତ ହେଉଛି ନୂଆ ଓଡ଼ିଆ ଛବି ‘ସ୍କୁଲ୍ ଡାଏରୀ’। ଏହା ଏକ ଟିନ୍ ଏଜ୍ ଲଭଷ୍ଟୋରି। ଏଥିରେ ନବାଗତ ପ୍ରେମ, ଅକ୍ଷିତା, ଦିବ୍ୟା, ଚୌଧୁରୀ ଜୟପ୍ରକାଶ ଦାସ, ସସ୍ମିତା ପ୍ରଧାନ ଓ ରବି ମିଶ୍ର ପ୍ରମୁଖ ଅଭିନୟ କରୁଛନ୍ତି। ବେଶ କେତୋଟି ଓଡ଼ିଆ ଛବିରେ ସହକାରୀ ଓ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ସମ୍ବିତ ବାରିକ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ବରିଷ୍ଠ ସଂଳାପକାର ଡକ୍ଟର ରଜନୀରଞ୍ଜନ ଏହାର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ପ୍ରଶାନ୍ତ ପାଢ଼ୀ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଡକ୍ଟର ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି।