ମମତା ଦିଦିଙ୍କ ଚାପୁଡା ମୋ ପାଇଁ ବରଦାନ ସଦୃଶ ହେବ : ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ମଧ୍ୟରେ ଯୁକ୍ତି ତର୍କ ଅବ୍ୟାହତ ରହିଛି ।  କିଛି ଦିନ ତଳେ ମମତା ବାନାର୍ଜି କହିଥିଲେ ଯେ ମୋଦିଙ୍କୁ ଦେଖିଲେତାଙ୍କୁ ଗଣତନ୍ତ୍ର କଥା ବୁଝାଇ ଏକ ବ୍ରହ୍ନ ଚାପୁଡା ମାରିବାକୁ ଇଚ୍ଛା ହେଉଛି । ଆଜି ଏହାର ଜବାବ ରଖିଛନ୍ତି ମୋଦି ।

ସେ କହିଛନ୍ତି ଯେ ଦିଦିଙ୍କ ଚାପୁଡ଼ା ତାଙ୍କ ପାଇଁ ଏକ ବରଦାନ ସଦୃଶ ହେବ । ପଶ୍ଚିମବଙ୍ଗର ପୁରୁଲିଆଠାରେ  ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ ମମତାଙ୍କୁ ସେ ଦିଦି ବୋଲି ସମ୍ବୋଧନ କରନ୍ତି । ଏଣୁ ତାଙ୍କଠାରୁ ଚାପୁଡା ଖାଇବା ଏକ ବରଦାନ ସଦୃସ ହେବ ।  ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ମମତା ଦିଦି ଯଦି ଏପରି ଚାପୁଡା ଚିଟ ଫଣ୍ଡ କରି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟିନେଇଥିବା ଲୋକମାନଙ୍କୁ ମାରିଥାନ୍ତେ ତେବେ ଆଜି ସେ ଏତେ ଆଶଙ୍କାରେ ନଥାନ୍ତେ ।

ସମ୍ବନ୍ଧିତ ଖବର