ନୂଆଦିଲ୍ଲୀ: ‘ଆମ୍ ଆଦ୍ମି ପାର୍ଟି’ କରିଥିବା କାର୍ଯ୍ୟାବଳୀ ବିଷୟ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରସାର କରିବା ଲାଗି ଆଜି ଜାତୀୟ ରାଜଧାନୀର ଜନସାଧାରଣଙ୍କୁ ଦଳ ତରଫରୁ ନିବେଦନ କରାଯାଇଛି। ଏହା ହେଉଛି ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ବିଧାନସଭା ନିର୍ବାଚନ ନିମନ୍ତେ ଦଳ ଆରମ୍ଭ କରିଥିବା ନୂଆ ‘ଡିଜିଟାଲ୍ ପ୍ରଚାର ଅଭିଯାନ।
ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ଯେଉଁ ୫୦ଜଣ ଦିଲ୍ଲୀବାସୀଙ୍କ ଭିଡିଓ ଭାଇରାଲ୍ ହେବ, ସେମାନଙ୍କୁ ‘ଡିନର୍’ ପାଇଁ ନିମନ୍ତ୍ରଣ ଦିଆଯିବ।
ଆଜି ‘ଏକ୍ ମୌକା କେଜ୍ରିୱାଲ୍ କୋ’ ପ୍ରଚାର ଅଭିଯାନର ଶୁଭାରମ୍ଭ କରି ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜ୍ରେିୱାଲ୍ କହିଛନ୍ତି, ‘ଟୁଇଟର୍’, ‘ଇନ୍ଷ୍ଟାଗ୍ରାମ୍’ ଏବଂ ‘ଫେସ୍ବୁକ୍’ରେ ଦିଲ୍ଲୀ ସରକାରଙ୍କ ଭଲ କାର୍ଯ୍ୟବଳୀର ଭିଡିଓ ଅପ୍ଲୋଡ୍ କରି ଜନସାଧାରଣଙ୍କୁ ଜଣାନ୍ତୁ ସେଥିରୁ ଆପଣ କେମିତି ଉପକୃତ ହୋଇଛନ୍ତି। କେଜ୍ରିୱାଲ୍ଙ୍କୁ ସୁଯୋଗ ଦେବା ପାଇଁ ନିବେଦନ କରି ଏହି ସବୁ ରାଜ୍ୟରେ ଥିବା ଆପଣମାନଙ୍କ ଚିହ୍ନା ଲୋକମାନଙ୍କୁ ‘ହ୍ବାଟସ୍ଆପ୍’ କରନ୍ତୁ।
/sambad/media/post_attachments/wp-content/uploads/2022/01/a-kejriwal1-1024x768.jpg)
କେଜ୍ରିୱାଲ୍ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ମାଗଣା ବିଜୁଳି ଓ ପାଣି ଯୋଗାଇ ଦେବା ଭଳି ଗୁଡ଼ାଏ ଉତ୍ତମ କାର୍ଯ୍ୟ ତାଙ୍କ ସରକାର କରିଛି। ଦିଲ୍ଲୀରେ ଚାଲୁଥିବା ମହଲ୍ଲା କ୍ଲିନିକ୍ ଦେଖିବା ଲାଗି ଆମେରିକାରୁ ଲୋକେ ଆସିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ପତ୍ନୀ ଏଠାକାର ସ୍କୁଲ୍ ପରିଦର୍ଶନ କରିଛନ୍ତି। ଦିଲ୍ଲୀବାସୀ ଆମକୁ ସୁଯୋଗ ଦେଇଥିବାରୁ ଏସବୁ ସମ୍ଭବ ହୋଇଛି। ନିର୍ବାଚନ ପରେ, ଭିଡିଓ ଭାଇରାଲ୍ ହୋଇଥିବା ୫୦ଜଣଙ୍କ ସହ ମୁଁ ‘ଡିନର୍’ ଖାଇବି।
ନିର୍ବାଚନମୁଖୀ ପଞ୍ଜାବ, ଉତ୍ତର ପ୍ରଦେଶ, ଗୋଆ ଏବଂ ଉତ୍ତରାଖଣ୍ଡକୁ ଅରବିନ୍ଦ କେଜ୍ରିୱାଲ୍ଙ୍କ ଦଳ ସମ୍ପ୍ରସାରିତ ହେବାକୁ ଉଦ୍ୟମ ଚଳାଇଛି।