ରାଉରକେଲା: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ହଇଜା ବ୍ୟାପୁଥିବାବେଳେ ଏଥିରୁ ବାଦ୍ ପଡ଼ିନି ସ୍ମାର୍ଟସିଟି ରାଉରକେଲା। ଗତ ୪ ଦିନ ହେଲା ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଡାଇରିଆ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ୩ ଦିନ ପୂର୍ବରୁ ଆର୍ଜିଏଚ୍ରେ ସଂକ୍ରମଣ ଓ ଆଇସୋଲେନ୍ ୱାର୍ଡରେ ୨୦ରୁ ଅଧିକ ଡାଇରିଆ ରୋଗୀ ଭର୍ତ୍ତି ହୋଇଥିଲେ। ସମସ୍ତଙ୍କ ଝାଡ଼ାବାନ୍ତି ଲାଗି ରହିଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜଣେ ଶିଶୁ ସମେତ ଦୁଇଜଣଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ସୁଦ୍ଧା ୧୫ରୁ ଅଧିକ ଡାଇରିଆ ରୋଗୀ ଆର୍ଜିଏଚ୍ରେ ଚିକିତ୍ସିତ ହେଉଛନ୍ତି। ସଂକ୍ରମଣ ୱାର୍ଡରେ ୧୪ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଇସୋଲେସନ୍ ୱାର୍ଡରେ ୩ ରୋଗୀ ଭର୍ତ୍ତି ହୋଇଛନ୍ତି। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଆର୍ଜିଏଚ୍ ପକ୍ଷରୁ ସ୍ବତନ୍ତ୍ର ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଆଇସୋଲେସନ୍ ୱାର୍ଡରେ ୧୬ରୁ ଅଧିକ ଶଯ୍ୟା ସଂରକ୍ଷିତ ରହିଛି। ଆର୍ଜିଏଚ୍ର ଡାକ୍ତରମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ରୋଗୀମାନେ ଝିରପାଣି, ବନ୍ଧମୁଣ୍ଡା, ପର୍ଟିଲାଇଜର, ରାଉରକେଲା ଓ ଏହାର ଆଖପାଖର ଅଞ୍ଚଳର। ଦୂଷିତ ପାଣି ନା ଖାଦ୍ୟରୁ ରୋଗୀଙ୍କୁ ବାନ୍ତି ଓ ଝାଡ଼ା ହେଉଛି ଜଣାପଡ଼ିନି। ପରୀକ୍ଷା ରିପୋର୍ଟ ଆସିବା ପରେ କେଉଁ କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି। ଆର୍ଜିଏଚ୍ ବ୍ୟତୀତ କେତେକ ଘରୋଇ ହସ୍ପିଟାଲରେ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି।
ଡାଇରିଆ ରୋକିବାକୁ ଆର୍ଜିଏଚ୍ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବାବେଳେ ଡାକ୍ତର, ନର୍ସିଂ ଷ୍ଟାଫ୍, କର୍ମଚାରୀଙ୍କୁ ତତ୍ପର ରହିବାକୁ ଭାରପ୍ରାପ୍ତ ନିର୍ଦେଶିକା ଡା. ସୁଧାରାଣୀ ପ୍ରଧାନ ନିର୍ଦେଶ ଦେଇଛନ୍ତି। ଡା ପ୍ରଧାନ କହିଛନ୍ତି ଡାଇରିଆ ପାଇଁ ଦୁଇଟି ସ୍ବତନ୍ତ୍ର ଗୃହ ସଂରକ୍ଷିତ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୨୨ଟି ଶଯ୍ୟା ସଂରକ୍ଷିତ ରହିଛି। ସ୍ଥିତିକୁ ଦେଖି ଆଗାମୀ ଦିନରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ଓଆର୍ଏସ୍, ହାଲୋଜେନ୍ ବଟିକା, ସାଲାଇନ୍, ଆଣ୍ଟିବାଇଓଟିକ୍ ବଟିକା ମହଜୁଦ୍ ରଖାଯାଇଛି। ଏଥିସହ ସହରର ପରିମଳ ବ୍ୟବସ୍ଥାକୁ ଠିକ୍ ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ୱାଟ୍କୋ ଓ ଆର୍ଏମ୍ସି ସହରର ବିଭିନ୍ନ ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଛି। ସହରକୁ ଯୋଗାଣ ହେଉଥିବା ଜଳରମାନ ଠିକ୍ ଅଛି କି ନାହିଁ ପରୀକ୍ଷା ପରେ ଜଣାପଡ଼ିବ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୨୦୨୩ରେ ସହରରେ ଡାଇରିଆ ବ୍ୟାପିଥିଲା। ଡାଇରିଆ ସଂକ୍ରମଣ ରୋକିବାକୁ ସହରର ପ୍ରାୟ ୫୬ ହଜାରରୁ ଊର୍ଦ୍ଧ୍ବ ଓଆର୍ଏସ୍ ପ୍ୟାକେଟ ବଣ୍ଟନ କରାଯାଇଥିଲା। ୬୮ ହଜାରରୁ ଅଧିକ ସଂଖ୍ୟକ ହାଲୋଜେନ୍ ବଟିକା ଦିଆଯାଇଥିଲା। ୩୦ ହଜାରରୁ ଊର୍ଦ୍ଧ୍ୱ ସାବୁନ୍ ବଣ୍ଟନ କରାଯାଇଥିଲା। ୱାଟ୍କୋ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ସହରରେ ପାଇପଗୁଡ଼ିକର ମରାମତି କରାଯାଇଥିଲା। ରାଉରକେଲାରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ ଜଳନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ବିଭିନ୍ନ ଖାଦ୍ୟ ଷ୍ଟଲ୍ ସମେତ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକରେ ପ୍ରତିଦିନ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରାଯାଇଥିଲା।
rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/27/sbnbnmn-2025-06-27-14-20-56.png)