ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଉଭୟ ମଙ୍ଗଳ ଓ ଶିକ୍ଷାବିଭାଗର ମୋଟ ୧୬୨୭ପ୍ରାଥମିକ, ଉଚ୍ଚପ୍ରାଥମିକ ମଧ୍ୟରୁ ୯୩୪ ବିଦ୍ୟାଳୟରେ ପାଚେରି ନାହିଁ । ଫଳରେ ସଂଧ୍ୟା ନଇଁବା କିମ୍ବା ଛୁଟି ଦିନରେ ଏହି ସ୍କୁଲ ମଧ୍ୟକୁ ଅସାମାଜିକଙ୍କ ଆଡ଼ା ପାଲଟୁଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନସିପିଆର) ତୁରନ୍ତ ପାଚେରୀ ନିର୍ମାଣ ସହ ଶିଶୁଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗର ପ୍ରମୁଖସଚିବଙ୍କୁ ଦୃଷ୍ଟି ଦେବା ସହ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଶିକ୍ଷା ଅଧିକାର ଆଇନ, ୨୦୦୯ର ଧାରା ୮ ଏବଂ୯ ର ଉଲ୍ଲଂଘନ କରୁଥିବା ପରି ମନେ ହେଉଛି ବୋଲି ଆୟୋଗ ଉଲ୍ଲେଖ କରିଛି। ଏନସିପିଆର ରେଜିଷ୍ଟ୍ରାର ରାଜେଶ କୁମାର ସିଂହ ଏନେଇ ଏହି ନିର୍ଦ୍ଦେଶ ନାମା ପଠାଇଛନ୍ତି। ଗତ ଗତ ଅଗଷ୍ଠ ୨୮ତାରିଖ ଦିନ ଏ ନେଇ ସମ୍ବାଦରେ ‘‘୯୩୪ସ୍କୁଲର ନାହିଁ ପାଚେରୀ, ପାଲଟିଛି ଅସାମାଜିକଙ୍କ ଆଡ଼ା’’ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ଅଧିବକ୍ତା ତଥା ମାନାବଧିକାର କର୍ମୀ ଅନୁପ ପାତ୍ର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନସିପିଆର)ର ଦ୍ବାରସ୍ଥ ହୋଇଥିଲେ।
ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନସିପିଆର) ତୁରନ୍ତ ପାଚେରୀ ନିର୍ମାଣ ସହ ଶିଶୁଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗର ପ୍ରମୁଖସଚିବଙ୍କୁ ଦୃଷ୍ଟି ଦେବା ସହ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଶିକ୍ଷା ଅଧିକାର ଆଇନ, ୨୦୦୯ର ଧାରା ୮ ଏବଂ୯ ର ଉଲ୍ଲଂଘନ କରୁଥିବା ପରି ମନେ ହେଉଛି ବୋଲି ଆୟୋଗ ଉଲ୍ଲେଖ କରିଛି। ଏନସିପିଆର ରେଜିଷ୍ଟ୍ରାର ରାଜେଶ କୁମାର ସିଂହ ଏନେଇ ଏହି ନିର୍ଦ୍ଦେଶ ନାମା ପଠାଇଛନ୍ତି। ଗତ ଗତ ଅଗଷ୍ଠ ୨୮ତାରିଖ ଦିନ ଏ ନେଇ ସମ୍ବାଦରେ ‘‘୯୩୪ସ୍କୁଲର ନାହିଁ ପାଚେରୀ, ପାଲଟିଛି ଅସାମାଜିକଙ୍କ ଆଡ଼ା’’ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ଅଧିବକ୍ତା ତଥା ମାନାବଧିକାର କର୍ମୀ ଅନୁପ ପାତ୍ର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନସିପିଆର)ର ଦ୍ବାରସ୍ଥ ହୋଇଥିଲେ।
ପ୍ରକାଶ ଯୋଗ୍ୟ, ଜିଲ୍ଲାର ଅଧିକାଂଶ ବ୍ଲକ ବଣ ପାହାଡ଼ ଘେରା । ଜଙ୍ଗଲରୁ ଦିନ ବେଳେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି। ଗାଁ ଓ ସ୍କୁଲ ଗୁଡିକର ଅତି ନିକଟରେ ଜଙ୍ଗଲ ରହିଛି। ଅନେକ ସ୍କୁଲ ଖୋଲାମେଲାରେ ରହିଛି। ପାଚେରି ବିହୀନ ସ୍କୁଲଗୁଡିକୁ ଭାଲୁ ଯିବାଆସିବା କରୁଛି। ଅନେକ ଥର ପାଚେରି ଥିବା ସ୍କୁଲକୁ ମଧ୍ୟ ଭାଲୁ ପଶିଯାଉଥିବା ନଜିର ରହିଛି। ପାଚେରୀ ନଥିବା ସ୍କୁଲରେ ପିଲାମାନେ ଅସୁରକ୍ଷିତ ଭାବେ ବସୁଛନ୍ତି । ଶିକ୍ଷାଦାନ ପରେ ଶିକ୍ଷକମାନେ ସ୍କୁଲ ଛାଡି ଘରକୁ ଫେରୁଛନ୍ତି। ଖୋଲାମେଲା ରହୁଥିବାରୁ ଏହାର ସୁଯୋଗରେ ସନ୍ଧ୍ୟାରେ ସ୍କୁଲ ପରିସର ଅସାମାଜିକ ତତ୍ତ୍ଵଙ୍କ ଆଡ୍ଡା ପାଲଟୁଛି। ଜିଲ୍ଲାର ଅଧିକାଂଶ ସ୍କୁଲର ପାଚେରି ନଥିବାରୁ ସ୍କୁଲ ଜମି ମଧ୍ୟ ଜବରଦଖଲକାରୀଙ୍କ କବଜାରେ ରହୁଛି। ଏହା ସହ ସ୍କୁଲର ନଳକୂପକୁ ସବୁ ବ୍ୟବହାର କରି ଏହାକୁ ଖରାଫ କରୁଛନ୍ତି। ଜିଲ୍ଲାରେ ମଙ୍ଗଳ ଓ ଶିକ୍ଷାବିଭାଗର ମୋଟ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ୧୬୨୭ଟି ରହିଛି। ସେଥିରୁ ୯୩୪ ସ୍କୁଲର ପାଚେରି ନାହିଁ । ଉମରକୋଟ ଓ ରାଇଘର ବ୍ଳକରେ ସର୍ବାଧିକ ପାଚେରି ନଥିବା ସ୍କୁଲ ରହିଥିବା ଚିହ୍ନଟ ହୋଇଛି। ଉମରକୋଟ ବ୍ଲକରେ ୧୭୨ ସ୍କୁଲରେ ପାଚେରି ନଥିବା ବେଳେ ରାଇଘର ବ୍ଳକରେ ୧୬୮, ତେନ୍ତୁଳିଖୁଣ୍ଟି ବ୍ଳକରେ ୫୯, ପାପଡାହାଣ୍ଡି ବ୍ଲକରେ ୧୧୧, ନନ୍ଦାହାଣ୍ଡିରେ ୪୨, ନବରଙ୍ଗପୁରରେ ୪୯, କୋଷାଗୁମୁଡାରେ ୭୬, ଝରିଗାଁରେ ୧୫୯, ଡାବୁଗାଁରେ ୫୭ ଓ ଚନ୍ଦାହାଣ୍ଡି ବୁକରେ ୪୬ ସ୍କୁଲର ପାଚେରି ନାହିଁ । ଜିଲ୍ଲାର ଅର୍ଦ୍ଧାଧିକ ବିଦ୍ୟାଳୟର ପାଚେରୀ ନଥିବାରୁ ସ୍କୁଲ ସୁରକ୍ଷିତ ନୁହେଁ। ସ୍କୁଲର ମଧ୍ୟାହ୍ନଭୋଜନ ସାମଗ୍ରୀ ଠାରୁ ଆରମ୍ଭ କରି ଗୁଣାତ୍ମକ ଶିକ୍ଷା ପାଇଁ ସରକାର ଯୋଗାଇଥିବା ବିଭିନ୍ନ ଯନ୍ତ୍ରାଂଶ ଓ ଉପକରଣ ଆଦି ସ୍କୁଲରେ ରହୁଛି। ଦୁର୍ବତ୍ତ ଓ ଚୋର ମାନେ ସ୍କୁଲକୁ ମନ୍ଦିର ନଭାବି ଚାଉଲ ସହ ଏସବୁ ଚୋରୀ କରି ନେଉଥିବା ନଜିର ରହିଛି। ଏହାରି ମଧ୍ୟରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମୀକ୍ଷା କରିବା ସହ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ପାଚେରୀ ନିର୍ମାଣ ଠାରୁ ସ୍କୁଲ ଭିତ୍ତିଭୂମିର ସୁଧାର କରିବାକୁ ସବୁ ବିଡିଓଙ୍କୁ କହିଥିଲେ। ଏନସିପିଆରର ନିର୍ଦ୍ଦେଶ କେତେ ଦୂର ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ତାହା ସମୟ କହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/21/school-2025-08-21-20-12-38.jpg)