ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଶାସକ ବିଜେଡିକୁ ମାତ ଦେବାକୁ ବିରୋଧୀ ଶକ୍ତି ଗୋଟାଉଛନ୍ତି। ବିଶେଷ କରି ଶାସକ ବିଜେଡିର ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିବା ବିଜେପି ଦଳରେ ଏବେ ନବୀନଙ୍କ ବିରୋଧୀମାନଙ୍କ ମେଳି ଦେଖିବାକୁ ମିଳିଛି। ଆଉ ଜଣକ ପରେ ଜଣେ ‘ଶଙ୍ଖ’ ନାଦକୁ ବନ୍ଦ କରିବାକୁ ‘ପଦ୍ମ’ର ସାହାରା ନେଉଛନ୍ତି। ତେବେ ପ୍ରକୃତରେ ନବୀନଙ୍କ ବିରୋଧରେ ରାଜ୍ୟ ରାଜନୀତିର ହେଭିୱେଟ ନେତା ଓ ପ୍ରଶାସକଙ୍କୁ ଏକଜୁଟ କରିଥିବା ବିଜେପି କେତେଦୂର ସଫଳ ହେବେ ତାହା ଆସନ୍ତା ମେ’୨୩ ତାରିଖ ଫଳାଫଳ ହିଁ ବୟାନ କରିବ ।

Advertisment

publive-image

ଜଣକ ପରେ ଜଣେ ଏବେ ନବୀନଙ୍କ ବିରୋଧୀ ଶିବିର ବିଜେପିରେ ଯୋଗଦେବାରେ ଲାଗିଛନ୍ତି । ବିଜେଡିରୁ ବହିଷ୍କାର ହୋଇଥିବା ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମଦୋର ରାଉତ, ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ସାଲେପୁର ବିଧାୟକ ପ୍ରକାଶ ବେହେରା, ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ସହ ଚଳିତ ଥର ଟିକେଟ୍‌ ନପାଇ ବିଜେପିରେ ସାମିଲ ହୋଇଥିବା ଏକାଧିକ ବିଜେଡି ବିଧାୟକମାନେ ମହାମେଳି କରିଛନ୍ତି । ତେବେ ନବୀନଙ୍କ ବିରୋଧରେ ମହାମେଳି କରି ବିଜେପି ଆସନ୍ତା ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି କରୁଥିବା ସ୍ପଷ୍ଟ ହୋଇଛି।

ରାଜନୀତି ସମୀକ୍ଷକଙ୍କ କହିବା ମୁତାବକ, ଦୀର୍ଘ ଦିନ କ୍ଷମତା ଶାସନରେ ରହିଥିବା ବିଜେଡିକୁ ଏଥର କଡ଼ା ଟକ୍କର ଦେବାକୁ ବିଜେପି ଶକ୍ତି ଗୋଟାଉଛି ଯ କିନ୍ତୁ ନବୀନଙ୍କ ଭାବମୂର୍ତ୍ତି ସର୍ଭେ ରିପୋର୍ଟରେ ଅକ୍ଷୂର୍ଣ୍ଣ ରହିଛି ଯ ଚଳିତଥର ମଧ୍ୟ ସରକାର ଗିବାରେ ସକ୍ଷମ ହେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୋଲି ସର୍ଭେ ରିପୋର୍ଟ କହୁଛି ଯ ତେବେ ୨୦୧୯ ମହାସମର ପାଇଁ ବିରୋଧୀମାନେ ଶକ୍ତିଶାଳୀ ହେଉଥିବା ବେଳେ ବିରୋଧୀଙ୍କ ଶିବିରରୁ ମଧ୍ୟ ଅସନ୍ତୁଷ୍ଟିଆଙ୍କୁ ଆଣି ଦଳରେ ସାମିଲ କରି ବଳକାଥିବା ବିରୋଧୀ ଆସନକୁ କବଜା କରିବା ଗୋଟିଚାଳନା କରୁଛି ବିଜେଡି 

publive-image

ସବୁଠାରୁ ରୋଚକ ବିଷୟ ହେଲା ଯେ, ନବୀନଙ୍କ ସହ ଏକାନ୍ତ ଅନୁଗତଥିବା ହେଭିୱେଟ ନେତାମାନେ ଏବେ ନବୀନଙ୍କ ଗଡ଼ ଭେଦିବାକୁ ‘ପଦ୍ମ’ ଶିବିରରେ ମେଳିବାନ୍ଧି ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଓଡ଼ିଶାରେ ୪ଟି ପର୍ଯ୍ୟାୟ ନିର୍ବାଚନ ହେବାକୁଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବାକୁ ରଣହୁଙ୍କାର ଦେଇଛନ୍ତି । ଏହାପରେ ବିରୋଧୀ ଶିବିରରେ ହଟଚମଟ ସୃଷ୍ଟି ହୋଇଛି । ଯେଉଁଥିପାଇଁ ବିଜେପି ଅଧିକରୁ ଅଧିକ ବିଜେଡି ଅସନ୍ତୁଷ୍ଟିଆଙ୍କୁ ନିଜ ଦଳକୁ ନେବା ପାଇଁ ଚାତକ ଭଳି ଚାହିଁ ବସିଛି ବୋଲି ଚର୍ଚ୍ଚା ହେଉଛି ।